ବଲାଙ୍ଗିରି ଜିଲ୍ଲାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚକୁ ହତ୍ୟା ଅଭିଯୋଗ

ବଲାଙ୍ଗିରି ଜିଲ୍ଲାରେ ରାଜନୈତିକ ର୍ ଶତ୍ରୁତାକୁ କେନ୍ଦ୍ରକରି ମହୁଲପାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସାହୁ ଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ନିକଟସ୍ଥ ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି । ଦିଲ୍ଲୀପଙ୍କ ମୃତ ଶରୀର ତୁରେକେଲା ଷ୍ଟେସନରୁ ଉଦ୍ଧାର କରାଯାଇଛି ।ଦିଲ୍ଲୀପ ବାଇକ ଯୋଗେ ଷ୍ଟେସନ ଆଡକୁ ଆସୁଥିବା ବେଳେ ତାଙ୍କ ୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ତୁରେକେଲା ପୋଲିସ ଓ କଣ୍ଟା ବାଞ୍ଚି ଏସଡିପିଓ ଘଟଣାର ଛାନଭିନ୍ନ ଆରମ୍ଭ କରିଛନ୍ତି । ହତ୍ୟାକାଣ୍ଡ ସଂନ୍ଦେହରେ ପୋଲିସ ୨ ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛୁି । ପରିବାର ତରଫରୁ ଅଭିଯୋଗ କରାଯାଇଛି ଯେ ବହୁ ଦିିନ ହେଲା ବର୍ତ୍ତମାନର ସରପଞ୍ଚ ଦୁର୍ନିତୀ କରୁଥିବା ପୂର୍ବତନ ସରପଞ୍ଚ ଅଭିଯୋଗ କରୁଥିଲେ । ଏହି କାରଣରୁ ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚ ମଧ୍ୟରେ ଶତ୍ରୁତା ବଢିବାରେ ଲାଗିଥିଲା । ଏହି କାରଣରୁ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ