ବଲାଙ୍ଗୀରିରେ ସମ୍ଭାବିତ ନିର୍ବାଚନୀ ହିଂସା ନେଇ ୩୦ ପ୍ଲାଟୁନ ପେ।।ଲିସ ଫୋର୍ସ ମୃତୟନ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ ଆସନ୍ତା ଚଳିତ ଅପ୍ରିଲ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ଥିବା ବେଳେ ବଲାଙ୍ଗୀରି ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଶାସନ ତରଫରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବଲାଙ୍ଗୀରି ଓ ସୁବର୍ଣ୍ଣପୁର ଜିଲ୍ଲାରେ ପାକ୍ ନିର୍ବାଚନୀ ହିଂସାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଉଛି ଗାଡି ମୋଟର ମାନଙ୍କୁ ମଧ୍ୟ ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ବଲାଙ୍ଗୀରି ଗାନ୍ଧୀ ନଗର ପଡା ଠାରୁ ଆରମ୍ଭ କରି ଦୁର୍ଗାମଣ୍ଡପ ,ବସଷ୍ଟାଣ୍ଡ ,ପେଲେସ , ଲାଲଟ୍ରିକା , ମେଡିକାଲ ଛକ , କଲେଜ ଛକ , ଲାଲଟ୍ରିକା ଆଦି ସ୍ଥାନରେ ପୋଲିସ ମୃତୟନ ହୋଇଛନ୍ତି ।