ବଲିଉଡ୍ରେ ୯ ବର୍ଷ ପୂରଣ କଲେ ସୋନାକ୍ଷୀ
ମୁମ୍ବାଇ: ବଲିଉଡ୍ ଦବଙ୍ଗ କୁଇନ୍ ସୋନାକ୍ଷୀ ସିହ୍ନା ଅଭିନୟ ଦୁନିଆରେ ପ୍ରବେଶ କରିବାର ୯ ବର୍ଷ ପୂରଣ କରିଛନ୍ତି । ୨୦୧୦ରେ ସେ ପ୍ରଥମ କରି “ଦବଙ୍ଗ’ ଜରିଆରେ ବଲିଉଡ୍ରେ ନିଜର ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାଙ୍କ ଅପୋଜିଟର ନାୟକ ଥିଲେ ସଲମାନ ଖାଁ । ହେଲେ ଇତିମଧ୍ୟରେ ୯ବର୍ଷ ଅତିବାହିତ ହୋଇଯାଇଛି ଭାବିଲେ ଲାଗୁଛି ଯେମିତି ସେ ଖୁବ୍ କମ୍ ସମୟ ହେବ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ । ଏହାକୁ ନେଇ ସୋନାକ୍ଷୀ ଏକ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ପ୍ରଥମେ ବଲିଉଡ୍ରେ ଏଣ୍ଟ୍ରି କରିବା ଓ ଦର୍ଶକେ ତାଙ୍କୁ ଅଭିନେତ୍ରୀ ଭାବେ ଗ୍ରହଣ କରିବା ତାଙ୍କ ପାଇଁ ବଡ଼ କଥା । ଆଉ ୯ ବର୍ଷର ଅଭିଜ୍ଞତା ଥାଇ ମଧ୍ୟ ଏବେ ବି ସେ କ୍ୟାମେରା ସାମ୍ନାକୁ ଗଲେ ତାଙ୍କୁ ନୂଆ ନୂଆ ଲାଗେ ବୋଲି ସେ ଟୁଇଟର୍ରେ ଉଲ୍ଲେଖ କରିଛନ୍ତି ।


