ବଲିଉଡ୍ ପାଇଁ ନାଁ ବଦଳାଇଥିଲେ ମିନାକ୍ଷୀ

ମୁମ୍ବାଇ: ବଲିଉଡ୍ ଭଦାମିନୀ ମିନାକ୍ଷୀ ଶେଷାଦ୍ରୀ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛନ୍ତି । ଏହି ଅଭିନେତ୍ରୀ ୯୦ ଦଶକରେ ବଲିଉଡ୍ ଦୁନିଆରେ ଜଣେ ଆଗଧାଡିର ନାୟିକା ଭାବେ ବେଶ୍ ନାଁ କମାଇଥିଲେ । ଶନିବାର ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମିନାକ୍ଷୀ । ୧୬ ନଭେମ୍ବର ୧୯୬୩ରେ ଝାଡ଼ଖଣ୍ଡର ସିନ୍ଦରୀରେ ଜନ୍ମ ନେଇଥିଲେ ଏହି ବଲିଉଡ୍ ବିୟୁଟି । ମାତ୍ର ୧୭ ବର୍ଷ ବୟସରେ ସେ ମିସ୍ ଇଣ୍ଡିଆ ହେବାର ଗୌରବ ଅର୍ଜନ କରିଥିଲେ । ମିନାକ୍ଷୀଙ୍କ ପ୍ରକୃତ ନାଁ ଥିଲା ଶଶିକଳା ଶେଷାଦ୍ରୀ । ତେବେ ସେ ଯେତେବେଳେ ମିସ୍ ଇଣ୍ଡିଆ ଟାଇଟଲ ପାଇଥିଲେ ଖବରକାଗଜରେ ତାଙ୍କର ଫଟୋ ଦେଖି ମନୋଜ କୁମାର ତାଙ୍କୁ ଫିଲ୍ମରେ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏତିକିବେଳେ ତାଙ୍କୁ ଫିଲ୍ମ “ପେଣ୍ଟର ବାବୁ’ ପାଇଁ ସାଇନ୍ କରାଗଲା । କିନ୍ତୁ ଇଣ୍ଡଷ୍ଟ୍ରିରେ ଶଶିକଳା ନାଁରେ ଅନ୍ୟ ଜଣେ ଅଭିନେତ୍ରୀ ଥିବାରୁ ମିନାକ୍ଷୀଙ୍କ ନାଁ ଶଶିକଳାକୁ ପରିବର୍ତ୍ତନ କରିବାକୁ ସମସ୍ତେ ଇଚ୍ଛା ପ୍ରକାଶ କଲେ । ଆଉ ଶଶିକଳାରୁ ତାଙ୍କ ନାଁ ପରିବର୍ତ୍ତନ ହୋଇ ମିନାକ୍ଷୀ ରଖାଗଲା । ତେବେ “ପେଣ୍ଟର ବାବୁ’ ବକ୍ସ ଅଫିସରେ ଫ୍ଲପ ହେବାରୁ ମିନାକ୍ଷୀ ବଲିଉଡ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏତିକି ବେଳେ ସୁଭାଷ ଘାଇଙ୍କ ଫିଲ୍ମ “ହିରୋ’ ପାଇଁ ତାଙ୍କୁ ମିଳିଲା ଅଫର୍ । ଆଉ ଏହା ବ୍ଲକବଷ୍ଟର ଫିଲ୍ମ ଭାବେ ସାଉଁଟିଲା ସଫଳତା । ସେତେବେଳେ “ହିରୋ’ ପ୍ରାୟ ୧୩ କୋଟି ବ୍ୟବସାୟ କରିଥିଲା ବୋଲି କୁହାଯାଏ । କାରଣ ସେ ସମୟରେ କେବଳ ଅମିତାଭ ବଚ୍ଚନଙ୍କ ଫିଲ୍ମ ହିଁ ଏବେ ପରିମାଣର ବ୍ୟବସାୟ କରୁଥିଲା । ଏହାପରେ ସେ ଆଉ ପଛକୁ ନ ଫେରି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଲେ । ହେଲେ ବିବାହ ପରେ ସେ ଧିରେଧିରେ ବଲିଉଡରୁ ଦୂରେଇ ଯାଇଥିଲେ । କାରଣ ବିବାହ କରିବା ପରେ ସେ ଭାରତ ଛାଡି ବିଦେଶରେ ରହିବାକୁ ଲାଗିଲେ । ହେଲେ ତାଙ୍କର ଅଭିନୟ ଏବେବି ଦର୍ଶକଙ୍କ ମନରେ ଅପାସୋରା ହୋଇରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ