ବଲେରୋ ଗାଡିକୁ ଧକା ଦେଲା ଡମ୍ପର,୧ ଆହାତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବନେଇକଳା ଖଣି ଉପନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ନିକଟ ତଥା ୫୨୦ନଂ ହାଇେଓ ପେଟ୍ରୋଲିଂ କରୁଥିବା ବଲେରୋକୁ ଏକ ଡମ୍ପର ଧକା ଦେବା ଫଳରେ ଡ୍ରାଇଭର ଆହତ ହେବା ସହିତ ୪ ଜଣ ସୁରକ୍ଷା କର୍ମୀ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ଯୋଡା ଥାନାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ପେଟ୍ରୋଲିଂ ବଲେରୋ ନଂ ଓଡି ୧୭ ୫୬୮୯ ଗୁରୁବାର ରାତି ପ୍ରାୟ ୧ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ସାମ୍ନା ଆଡୁ ଡମ୍ପର ନଂ ଓଆର୦୯ ଜେ ୫୯୦୧ ଧକା ଦେବା ଫଳରେ ବଲେରୋ ଭାଙ୍ଗି ଚୁରୁମାର ହୋଇଯାଇଥିଲା । ବଲେରୋ ଗାଡିର ଡ୍ରାଇଭର ଅଜୟ କୁମାର ସିଂ ଆହତ ହୋଇଛନ୍ତି । ପେଟ୍ରୋଲିଂ କରୁଥିବା ୪ ଜଣ ସୁରକ୍ଷା କର୍ମୀ ଅଳ୍ପକେ ବର୍ତି ଯାଇଛନ୍ତି । ଡମ୍ପର ଡ୍ରାଇଭର ମଦ୍ୟପାନ କରି ବେପରୁଆ ଗାଡି ଚାଳନା କରିଥିବାରୁ ଏହି ଦୁର୍ଘଟଣା ଘଟିଥିବା ଯୋଡା ଥାନା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା କହିଛନ୍ତି । ଡମ୍ପର ଡ୍ରାଇଭର ଖାଗେ ଚାତାରଙ୍କୁ ଗିରଫ କରାଯାଇଥିବା ବେଳେ ଡମ୍ପରକୁ ପୋଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ, ୫୨୦ନଂ ଜାତୀୟ ରାଜପଥରେ ବ୍ୟାପକ ଟ୍ରାଫିକ ଜାମ୍ ହେଉଥିବାରୁ ଏହି ବଲେରୋ ଗାଡିଟି ହାଇେଓ ପେଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଥିଲା