ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ପାଳିତ

କୋଦଳା,(ବାପୁନି କୁମାର ମାଲୁ):ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ବି. ନୂଆଗାଁ ସ୍ଥିତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଯାଇଛି । ପ୍ରଧାନ ଶିକ୍ଷକ ତ୍ରିନାଥ ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରୁଦ୍ର ନାରାୟଣ ସାହୁ , ସରପଞ୍ଚ ବିନୋଦ ଚନ୍ଦ୍ର ଜେନା , ଶିକ୍ଷକ ତାରା ପ୍ରାସାଦ ଶତପଥି ଯୋଗଦେଇ ଥିବା ବେଳେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ମହାସଚିବ ଦଣ୍ଡପାଣି ମହାପାତ୍ର ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଆଦି ପ୍ରଦାନ କରି ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଏବଂ ଚରିତ୍ର ଗଠନ ବିଷୟରେ ପରାମର୍ଶ ଦେଇଥିଲେ । ଏହି ବିଦ୍ୟାଳୟରେ ଦୀର୍ଘ ଦୁଇ ଦିନ ଧରି ରୌପ୍ୟ ଜୟନ୍ତୀ କାର୍ଯକ୍ରମ ଅନୁଷ୍ଠିତ ହେବ । ଏଥିରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମେତ ପୁରାତନ ଓ ବର୍ତମାନ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଉପସ୍ଥିତ ଅତିଥି ମାନେ ବହୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ