ବଲ୍ ପଏଣ୍ଟ୍ ପେନ୍ ଡେ’

ପ୍ରତ୍ୟେକ ବର୍ଷ ଜୁନ୍ ୧୦ ତାରିଖକୁ ନ୍ୟାସ୍ନାଲ୍ ବଲ୍ ପଏଣ୍ଟ୍ ପେନ୍ ଡେ’ ଭାବେ ପାଳନ କରାଯାଇଆସୁଛି । ୧୯୪୩ ମସିହା ଜୁନ୍ ୧୦ ତାରିଖରେ ବଲ୍ ପଏଣ୍ଟ୍ ପେନ୍ର ପେଟେଣ୍ଟ୍ କରାଯାଇଥିଲା । ୧୯୪୩ ମସିହା ପୂର୍ବରୁ ଯେଉଁମାନେ ଚିଠି ଲେଖିବାକୁ ଚାହୁଁଥିଲେ ଅଥବା କାଗଜରେ କିଛି ଗାରେଇବାକୁ ଚାହୁଁଥିଲେ ସେମାନେ ସାଧାରଣତଃ ଫାଉଣ୍ଟେନ୍ ଅଥବା ପେନ୍ସିଲ୍ ବ୍ୟବହା କରୁଥିଲେ । ସମ୍ପ୍ରତି ବିଶ୍ୱରେ ଲେଖାଲେଖି କରିବା ଲାଗି ବହୁଳ ଭାବରେ ବଲ୍ ପଏଣ୍ଟ୍ ପେନ୍ ବ୍ୟବହାର କରାଯାଉଛି । ଫାଉଣ୍ଟେନ୍ ପେନ୍ର ଉଦ୍ଭାବନ ପରେ ବୈଜ୍ଞାନିକମାନଙ୍କ ମନରେ ବିକଳ୍ପ ଭାବେ ବଲ୍ ପଏଣ୍ଟ୍ ପେନ୍ର ପରିକଳ୍ପନା ଆସିଥିଲା । ସମ୍ପ୍ରତି ସମଗ୍ର ବିଶ୍ୱରେ କୋଟି କୋଟି ବଲ୍ ପଏଣ୍ଟ୍ ପେନ୍ ଉତ୍ପାଦନ କରାଯିବା ସହ ବିକ୍ରି ହେଉଛି । ସ୍ୱଳ୍ପ ମୂଲ୍ୟରେ ପ୍ରସ୍ତୁତ ଏବଂ ସର୍ବବ୍ୟାପକ ବିଶ୍ୱସନୀୟତା କାରଣରୁ ଏହି ପେନ୍ ପ୍ରତ୍ୟେକଙ୍କ ନିକଟରେ ପହଞ୍ôଚପାରିଛି । ଏହି ପେନ୍ ତିଆରି କରିବା ଲାଗି ପୂର୍ବରୁ ଅନେକ ଗବେଷକ ଏବଂ ବୈଜ୍ଞାନିକ ଉଦ୍ୟମ ଚଳାଇଥିଲେ । ହେଲେ କେହି ହେଲେ ସଫଳ ହୋଇପାରିନଥିଲେ । ମାତ୍ର ୧୯୪୩ ମସିହା ଜୁନ୍ ମାସରେ ରେ ଦୁଇ ଭାଇ ଲାସ୍ଜ୍ଲୋ ଏବଂ ଗ୍ୟୋରି ବିରୋ ଏହି ପେନ୍ ଉଦ୍ଭାବନ କରିବାରେ ସଫଳତା ଅର୍ଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ