ବଳକ୍ରାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ
ସମ୍ବଲପୁର , (ଯୁଗାବ୍ଦ ନ୍ୟୁଜ୍) : ସମ୍ବଲପୁର ଜିଲ୍ଲା ତେଲିକୁଲି ପୋଲିସକୁ ମିଳିଛି ସଫଳତା ।ମିଳିଥିବା ଖବର ଅନୁଯାୟୀ ଗତ ଜୁନ ୨୮ ତାରିଖରେ ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ ବଳକ୍ରାର କରାଯାଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣା ରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଶେଷରେ ତେଲିକୁଲା ପୋଲିସ ଝାରସୁଗୁଡା ଜିଲ୍ଲାର ବଦମଲା ଥାନା ଅନ୍ତର୍ଗତ ବଲିଚୁଆ ଗ୍ରାମର ରାଜେଣ ମୁଣ୍ଡା ( ୨୦ ) ନାମକ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ ।