ବଳଦକୁ ମାରି ଖାଇଲା ବାଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲାର ମୋହନା ବ୍ଲକ ଅଞ୍ଚଳରେ ପୁଣି ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି. ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ କୃଷ୍ଣପୁର ଅଞ୍ଚଳରେ ଦେଖାଦେଇଛି ବାଘ ଆତଙ୍କ. କୃଷ୍ଣପୁର ଗ୍ରାମର ଆଡିବନ୍ଧ ଶବରଙ୍କ ଗୋଟିଏ ବଳଦକୁ ବାଘ ମାରି ଖାଇ ଦେଇଛି. ଆଦିକନ୍ଦଙ୍କ ଗାଁ ନିକଟସ୍ଥ ମକାବାଡ଼ରେ ବନ୍ଧା ଯାଇଥିବା ବଳଦକୁ ଟାଣି ନେଇ ମାରି ଖାଇ ଦେଇଛି. ଘଟଣା ନେଇ ବନ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ଚଳାଇଛନ୍ତି.