ବଳଦେବ ଉଚ୍ଚ ବିଦ୍ୟାଳୟରେ ଆଧ୍ୟାତ୍ମିକ ପାଠଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବଳଦେବ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ଆଧ୍ୟାତ୍ମିକ ସଚେତନତା ନିମନ୍ତେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହି ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସଂସ୍କାର ଓ ଶିକ୍ଷା ଗ୍ରହଣରେ ଆଧ୍ୟାତ୍ମକତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରଥମେ ବିଦ୍ୟାଳୟ ବଗିଚାରେ ଶ୍ରୀମା’ ଏକ ଅଁଳା ବୃକ୍ଷର ଚାରା ରୋପଣ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ବେଦପାଠ ଓ ଆଧ୍ୟାତ୍ମିକ ସଂଗୀତ ଗାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଶିବାନନ୍ଦ ଆଶ୍ରମ ପକ୍ଷରୁ ପ୍ରକାଶିତ ସଫଳ ଜୀବନ, ଆଦର୍ଶ ବାଳକ, ମାନସିକ ଶାନ୍ତିର ବାସ୍ତବ ଉପାୟ ପୁସ୍ତକ ଗୁଡିକ ବଣ୍ଟନ କରାଯାଇଥିଲା । ଏହି ପାଠଚକ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ପୈାରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମଚାରୀ ନୃସିଂହ ଦାସ, ଶରତ ଚନ୍ଦ୍ର ସାହୁ, ଦେବେନ୍ଦ୍ର ସାମନ୍ତ, ମଧୁସ୍ମିତା ନନ୍ଦ ଓ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରାଜଶ୍ରୀ ଆଚାର୍ଯ୍ୟ, ପ୍ରଜ୍ଞାସ୍ମିତା ନାୟକ, ସନ୍ତୋଷୀ ରାଉତ, ଗିତାଞ୍ଜଳୀ ବେହେରା, ରୁବିନା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ସ୍ମରଣିକା ଆର୍ଯ୍ୟବର୍ତ୍ତ କୃତଜ୍ଞତା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ