ବଳଦେବ ପାଞ୍ଜି ପ୍ରକାଶନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ଯାତ୍ରୀ ନିବାସରେ ବଳଦେବଜୀୟୁ ପାଞ୍ଜି ପ୍ରକାଶନ କମିଟିର ଏକ ପ୍ରସ୍ତୁତି ବୈଠକ ଇଣ୍ଟରନେସନାଲ ଏକାଡେମୀ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍‌, ଓଡିଶାର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ଆବାହକତ୍ୱରେ ଏବଂ ପଣ୍ଡିତ ସର୍ବେଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀୟୁଙ୍କ ପାଞ୍ଜି ପ୍ରକାଶନ ପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଶ୍ରୀଜୀୟୁଙ୍କ ଦେବୋତ୍ତର ନ୍ୟାସର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ବଡପଣ୍ଡା ମାଧବ ପତ୍ରୀ, ରାଜ୍ୟସଭା ଯୁଗ୍ମ ସଚିବ ଚୈାଧୁରୀ ରମାକାନ୍ତ ଦାସ, ଗବେଷକ ନିରଞ୍ଜନ ମେକାପ, ପ୍ରାବନ୍ଧିକ ଡଃ. ସର୍ବେସ୍ୱର ସେଣ, ପଣ୍ଡିତ ଭ୍ରମରବର ନନ୍ଦ, ଶ୍ରମିକ ନେତା ବସନ୍ତ କୁମାର ଦାଶ, ଭରତ ଚରଣ ଦାସ, ପୀତାମ୍ବର ମହାନ୍ତି, ହେମନ୍ତ ଜେନା ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ଓଡିଆ ନବବର୍ଷରୁ ଶ୍ରୀବଳଦେବଜୀୟୁଙ୍କ ପାଞ୍ଜି ପ୍ରକାଶନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିପାଇଁ ଶ୍ରୀଜୀୟୁଙ୍କ ବଡପଣ୍ଡା ମାଧବ ପତ୍ରୀଙ୍କ ଅଧ୍ୟକ୍ଷତାରେ ସେବକ କମିଟି, ପଣ୍ଡିତ ଭ୍ରମରବର ନନ୍ଦଙ୍କ ଅଧ୍ୟକ୍ଷତାରେ ବୈଷୟିକ ଜ୍ୟୋତିର୍ବିଦ କମିଟି ଏବଂ ଡକ୍ଟର ସର୍ବେଶ୍ୱର ସେଣଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରସାର କମିଟିରେ ଗବେଷକ ନିରଞ୍ଜନ ମେକାପ ଏବଂ ରାଜଶ୍ରୀର ସମ୍ପାଦକ ହେମନ୍ତ ଜେନାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇ ସେମାନଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରାଯାଇଥିଲା । ଶେଷରେ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ