ବଳଦେବ ସଂସ୍କୃତି ଆଧାରିତ ପତ୍ରିକା “ଶ୍ରୀତାଳଧ୍ୱଜ” ଉନ୍ମୋଚିତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ସଂସ୍କୃତି ଉପରେ ଆଧାରିତ ପତ୍ରିକା “ଶ୍ରୀତାଳଧ୍ୱଜ” ଆଜି ଶ୍ରୀଜୀଉଙ୍କ ରଥଦାଣ୍ଡରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଉପଜିଲ୍ଲାପାଳ ତଥା ଶ୍ରୀବଳଦେବଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ “ଶ୍ରୀତାଳଧ୍ୱଜ” ପତ୍ରିକାଟିକୁ ଉନ୍ମୋଚନ କରିଥିଲେ । ଏହି ପତ୍ରିକାଟି ଗତ ୩ବର୍ଷଧରି ନିୟମିତ ଭାବେ ଶ୍ରୀଗୁଣ୍ଡିଚା ଅବସରରେ ପ୍ରକାଶିତ ହୋଇଆସୁଛି । ବଳଦେବ ସଂସ୍କୃତି ଶ୍ରୀ ଜଗନ୍ନାଥ ସଂସ୍କୃତିର ପରିପୁରକ ହୋଇଥିଲେ ମଧ୍ୟ ଏହାର ନିଜସ୍ୱ ଉଚ୍ଚତର ପରମ୍ପରା ରହିଛି । ବଳଦେବ ସଂସ୍କୃତିକୁ ସ୍ୱତନ୍ତ୍ର ଭାବେ ପ୍ରଚାରପ୍ରସାର କରାଇବା ପାଇଁ ଏହି ପତ୍ରିକା ତାର ପ୍ରୟାସ ଜାରିରଖିଛି । ଚଳିତସଂଖ୍ୟାରେ ପ୍ରାୟ ୧୮ଟି ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହୋଇଛି । ଏହି ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ପତ୍ରିକାର ସମ୍ପାଦକ ସରୋଜ କୁମାର ମହାନ୍ତି, ବିଶିଷ୍ଟ ଶିକ୍ଷାବୀତ ଭୂବନମୋହନ ଜେନା, ପ୍ରମେୟ ନ୍ୟୁଜ ବ୍ୟୁରର ଭୂବନେଶ୍ୱର ପ୍ରତିନିଧି ଦେବେନ୍ଦ୍ର ସୁଆର, ପତ୍ରିକାର ସହ-ସମ୍ପାଦକ ଆଇନଜୀବି ବଳରାମ ସାହୁ, ବିଶିଷ୍ଟ ସଂସ୍କୃତ ପଣ୍ଡିତ ହୃଷିକେଶ ପଣ୍ଡାଙ୍କ ସମେତ ଶ୍ରୀଜୀଉଙ୍କ ବହୁ ସେବାୟତ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ