ବଳଦେବ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସେବାନିବୃତ୍ତଶିକ୍ଷକମାନଙ୍କ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରାଞ୍ଚଳ ଅଧିନସ୍ଥ ବଳଦେବ ହାଇସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସେବାନିବୃତ ଶିକ୍ଷକମାନଙ୍କର ଏବଂ ପଦୋନ୍ନତି ପାଇଥିବା ଶିକ୍ଷକଙ୍କର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଇଛାପୁର ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ବିଭିନ୍ନ ସ୍କଲରୁ ଅବସର ନେଇଥିବା ରାଜେନ୍ଦ୍ର କୁମାର ସାହୁ,ପ୍ରତୀମା ବିଶ୍ୱାଳ, ଭକ୍ତିଲତା ଜେନା, ସାଗରୀକା ପୁଷ୍ଟି, ସଫାତ ଅଲ୍ଲୀ, ଗୀତାଞ୍ଜଳି ସ୍ୱାଇଁ, ସୁଜାତା ନାୟକ, ହରେକୃଷ୍ଣ ପତି, ନିର୍ମଳ ସୁତାରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଏବଂ ବଳଦେବ ପ୍ରସାଦ ଜେନାଙ୍କୁ ପ୍ରଧାନଶିକ୍ଷକ ପଦରୁ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଉାବରେ ପଦନ୍ନୋତି ପାଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହେମନ୍ତ କୁମାର ଜେନା, ବଳଦେବ ହାଇସ୍କୁଲର ପ୍ରଧାନଶିକ୍ଷକ ନୁସିଂହ ଚରଣ ତ୍ରୀପାଠୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଇଛାପୁର ହାଇସ୍କୁଲ କ୍ଲଷ୍ଟରର ସିଆରସିସି ବିଭୁ ପ୍ରସାଦ ନାୟକ ସଭା ପରିଚାଳନା କରିଥିବାବେଳେ ତପନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୁଢିବିଳାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସେକ ମନସୁର ଅଲ୍ଲୀ, ମହମ୍ମଦ ଆୟାସୁଦିନ, ମନୋରଞ୍ଜନ ମହାନ୍ତି, ଅଞ୍ଜଳୀ ଶତପଥୀ, ରଶ୍ମିରଞନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସଭାରେ ଏହି କ୍ଲଷ୍ଟରର ସମସ୍ତ ଶିକ୍ଷକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ