ବଳରାମ ପାଲ୍ ହେଲେ ଓଡ଼ିଶା ଦୂର ସଂଚାରର ନୂତନ ଉପମହାନିର୍ଦ୍ଦେଶକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବରିଷ୍ଠ ଭାରତୀୟ ଟେଲିକମ୍ ସେବା ଅଧିକାରୀ ବଳରାମ ପାଲ୍ ଓଡ଼ିଶା ଦୂରସଂଚାର ବିଭାଗର ନୂତନ ବରିଷ୍ଠ ଉପମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ ଟେଲିକମ୍ ସେବାରେ ଦୀର୍ଘ ୩୫ ବର୍ଷ ଧରି ସେ କାର୍ଯ୍ୟ କରିଆସୁଛନ୍ତି । ଜଣେ ଦକ୍ଷ, ନିଷ୍ଠାପର,ସଚ୍ଚୋଟ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ଭୁବନେଶ୍ୱର ଶାଖା ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ସେ ୧୯୮୫ରେ ୟୁପିଏସିର ଇଣ୍ଡିଆନ୍ ଇଂଜିନିୟରିଂ ସେବା ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ସମ୍ମାନଜନକ ଭାରତୀୟ ଟେଲିକମ୍ ସେବାରେ ଯୋଗଦେଇଥିଲେ । ଓଡ଼ିଶାରେ ବିଏସ୍ଏନ୍ଏଲ୍ ସେବାକୁ ଲୋକାଭିମୁଖୀ କରିବା ଉପରେ ସେ ଗୁରୁତ୍ୱାରୋପ କରିବେ ବୋଲି ଜନସମ୍ପର୍କ ଅଧିକାରୀ ମନୋଜ କୁମାର ଷଡ଼ଙ୍ଗୀ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।


