ବଳରାମ ପାଲ ଡିଓଟି ଓଡ଼ିଶାର ସିନିୟର ଡିଡିଜି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଟେଲିକମ୍ ବିଭାଗ (ଡିଓଟି) ଓଡ଼ିଶା, ଲାଇସେନ୍ସ ସର୍ଭିସ୍ ଏରିଆ (ଏଲ୍ଏସ୍ଏ)ର ସିନିୟର ଡେପୁଟି ଡାଇରେକ୍ଟର ଜେନେରାଲ (ଡିଡିଜି) ଭାବେ ବଳରାମ ପାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାଲ ୧୯୮୫ ବ୍ୟାଚ୍ ଭାରତୀୟ ଟେଲିକମ୍ୟୁନିକେସନ୍ ସେବା (ଆଇଟିଏସ୍)ର ଜଣେ ବରିଷ୍ଠ ଅଧିକାରୀ । ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଛି । ସେ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା (ବର୍ତ୍ତମାନର ଭିଏସ୍ଏସ୍ୟୁଟି)ରୁ ୧୯୮୪ରେ ବ୍ୟାଚଲର୍ ଅଫ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ୧୯୮୫ରେ ଇଣ୍ଡିଆନ୍ ଇଞ୍ଜିନିୟରିଂ ସର୍ଭିସ୍ରେ ସଫଳ ହେବାପରେ ସେ ଆଇଟିଏସ୍ରେ ଯୋଗ ଦେଇଥିଲେ । ସେ କଟକ, ଭୁବନେଶ୍ୱର ସମେତ ବିଏସ୍ଏନ୍ଏଲ୍ର ଉତ୍ତର ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବ ସର୍କଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଥିଲେ । ବିଏସ୍ଏନ୍ଏଲ୍ର ମୋବାଇଲ୍ ସର୍ଭିସ୍ ଜିଏମ୍ ଭାବେ ଓଡ଼ିଶାରେ ମଧ୍ୟ ସେ ୮ ବର୍ଷ କାମ କରିଛନ୍ତି । ଫାଇଲିନ୍ ସମୟରେ ବିପର୍ଯ୍ୟସ୍ତ କମ୍ପାନୀର ନେଟୱାର୍କକୁ ସ୍ୱାଭାବିକ ସ୍ଥିତିକୁ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସିନିୟର ଡିଡିଜି ଦାୟିତ୍ୱ ପୂର୍ବରୁ ସେ ବିଏସ୍ଏନ୍ଏଲ୍ ଓଡ଼ିଶାର ସିଜିଏମ୍ ଭାବେ ମଧ୍ୟ ଅବସ୍ଥାପିତ ଥିଲେ । ଭାରତ ନେଟ୍ର ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଇବା ଦିଗରେ ସେ ଉଲ୍ଲେଖନୀୟ କାମ କରିଛନ୍ତି ।