ବଳରାମ ଯୋଜନାରେ ଚାଷୀ ଙ୍କୁ କୃଷି ଋଣ ପ୍ରଦାନ 

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନୟାହାଟ ସ୍ଥିତ କାନରା ବ୍ୟାଙ୍କ ଶାଖା ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ବଳରାମ ଯୋଜନାରେ ସାତଟି ଗ୍ରୁପ୍ କୁ ଋଣ ମଞ୍ଜୁରୀ କରା ଯାଇଛି । ଆଜି ବ୍ୟାଙ୍କ ପରିସରରେ ଆୟୋଜିତ ଏହି ଋଣ ପ୍ରଦାନ କାର୍ଯ୍ୟକ୍ରମରେ ଶାଖା ପରିଚାଳକ ବୈଲୋଚନ ପ୍ରଧାନ ,କ୍ଷେତ୍ରାଧିକାରି ସୁବ୍ରତ କୁମାର ସେଠୀ ,ଗୋପ ବ୍ଲକ ସହକାରୀ କୃଷି ଅଧିକାରୀ ଚନ୍ଦ୍ର ଶେଖର ଦାସ, ଗ୍ରାମସେବିକା ପ୍ରଭାତୀ ଦାସ, କୃଷକ ସାଥୀ ନରେଶ କୁମାର ଦୁବେ, ଅଭିମନ୍ୟୁ ମହାପାତ୍ର, ନିରଞ୍ଜନ ଖଟୋଇ ସମେତ ଚାଷୀ ମାନେ ଉପସ୍ଥିତ ରହି ଶାଖା ପରିଚାଳକ ଙ୍କ ଠାରୁ ମଞ୍ଜୁରୀ ନିର୍ଦ୍ଦେଶ ଗ୍ରହଣ କରିଥିଲେ । ଏହି ପଞ୍ଚାୟତରେ ଦେୟଯୁକ୍ତ ଗୋଷ୍ଟିର ସଂଖ୍ୟା ସାତଟି ରହିଛି । ଖୁବ ଶୀଘ୍ର ସାତଟି ଯାକ ଗ୍ରୁପ୍ ର ଋଣ ସେମାନଙ୍କର ଆକାଉଣ୍ଟ ରେ ଜମା କରାଯିବ ଏବଂ ସେମାନେ ଚାଷ କାର୍ଯ୍ୟରେ ଅର୍ଥ ଲଗାଇବେ ବୋଲି ଶାଖା ପରିଚାଳକ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ