ବଳାଙ୍ଗୀ ଟେଲେଣ୍ଟହଣ୍ଟ ମେଗା ଅଡିସନ ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣ ପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 20 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ମୟୁରଭଞ୍ଜ ଜିଲ୍ଲା ର ମହାନ ଗଣ ପର୍ବ ମୟୁରଭଞ୍ଜ ବାଲିମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହେବା ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ବାରିପଦା ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ପରିସରରେ ପ୍ରତିଭା ଚୟନ ପାଇଁ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ବଳାଙ୍ଗୀ ଟେଲେଣ୍ଟହଣ୍ଟ ମେଗା ଅଡିସନ ଅନୁଷ୍ଠିତ ହୋଇ ଯାଇଛି. ଏହାର ଉଦଘାଟନୀ ଉତ୍ସବରେ ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ, ସମାଜସେବୀ ରଜତ କୁମାର ପଣ୍ଡା, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ଉପଦେଷ୍ଟା ବଳରାମ ବେହେରା, ଅଶୋକ କୁମାର ପଲେଇ, ଉଦୟ ନାଥ ଜେନା ପ୍ରମୁଖ ଯୋଗଦେଇ ବଳାଙ୍ଗୀ ମହୋତ୍ସବର ଲକ୍ଷ ଏବଂ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ. ଏହି ଅଡିସନରେ ସବ-ଜୁନିୟର, ଜୁନିୟର, ସିନିୟର ଏବଂ କ୍ଲାସିକାଲ ବର୍ଗରେ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ, ବିଚାରକ ଭାବରେ ଜାମସେଦପୁରର ପ୍ରସିଦ୍ଧ ନୃତ୍ୟ କରିୟଗ୍ରାଫର ଏସ.କେ. ସାହିଲ ଏବଂ ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ଅରୂପାନନ୍ଦ ମହଲା ଯୋଗଦେଇ କଳାକାର ମାନଙ୍କୁ ମୂଲ୍ୟାୟନ କରିଥିଲେ. ଅଡିସନରେ କୃତକାର୍ଯ୍ୟ ହୋଇଥିବା 36 ଜଣ ପ୍ରତିଯୋଗୀ ବଳାଙ୍ଗୀ ମହୋତ୍ସବ ମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ରାଉଣ୍ଡକୁ ଉତୀର୍ଣ୍ଣ ହୋଇଛନ୍ତି. ବଳାଙ୍ଗୀ ସେନାର ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ, ପଦ୍ମନାଭ ମହାପାତ୍ର, ହେମନ୍ତ ବେହେରା, ଅଭିଷେକ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.