ବଳାଙ୍ଗୀ ମହୋତ୍ସବ ପାଇଁ ମାର୍ଚ୍ଚ 30ରେ ପ୍ରତିଭା ଚୟନ ନେଇ ଅଡିସନ 

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 18 ତାରିଖ ପର୍ଯ୍ୟନ୍ତ 5ଦିନ ଧରି ପାଳିତ ହେବ. ସେହିପରି ପ୍ରତିଭା ଚୟନ ପାଇଁ ଅନୁଷ୍ଠିତ ହେଉଥିବା ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ମେଗା ଅଡିସନ କାର୍ଯ୍ୟକ୍ରମ ମାର୍ଚ୍ଚ 30ତାରିଖ ରବିବାର ଦିନ ପୋଡା ଅସ୍ତିଆ ନିକଟ ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ଅଡିଟରୀୟମ ଥରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି. ଏହି ଅବସରରେ ଆଜି ମହୋତ୍ସବ କମିଟି ପକ୍ଷରୁ ବାରିପଦା ଷ୍ଟାଡିୟମ ସଭା ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଭାପତି ରାଜକିଶୋର ଦାସ, ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର ଦଳ ବେହେରା, ଡ଼. ଶଶୀଧର ବିଶ୍ୱାଳ, କାବେରୀ ମିଶ୍ର, ଭାଗବତ ପଣ୍ଡା, ଅଶୋକ କୁମାର ପଲେଇ, ଇନ୍ଦୁମତି ମହାନ୍ତି, ଅସିତ କୁମାର ଷଡ଼ଙ୍ଗୀ, ପ୍ରଶାନ୍ତ କୁମାର ଦାସ ପଟ୍ଟନାୟକ, ବିଭୁଦତ୍ତ ଦାସ, ଅଜୟ କୁମାର ପାଳ, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ଉଦୟ ନାଥ ଜେନା, ପିତାମ୍ବର ମଲ୍ଲିକ, ଗୋପାଳ ସାଓ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର, ସୟେଦ ସିରାଜୁଦ୍ଦିନ, ଗୋଲୋକ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ନିକଟ ଅତୀତରେ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାବାସୀ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଛି. ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମହୋତ୍ସବ କମିଟିର ସଦସ୍ୟ ମାନେ ବହୁ ସଂଖ୍ୟାରେ ବୈଠକରେ ଯୋଗଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ