ବଳିଦେବା ସନ୍ଦେହରେ ଦୁଇ ବାଳକଙ୍କୁ ଅପହରଣ ଉଦ୍ୟମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବଳିଦେବା ଉଦ୍ଦେଶ୍ୟରେ ଦୁଇଜଣ ଶିଶୁଙ୍କୁ ଅପହରଣ କରାଯାଉଥିବାବେଳେ ଗ୍ରାମବାସୀ ଆସିଯିବାରୁ ତାହା ପଣ୍ଡ ହୋଇଛି। ଏନେଇ ପୁଲିସ ମାମଲା ରୁଜୁକରି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁରୁପଦା ଗ୍ରାମର ସୁରେନ୍ଦ୍ର କହଁର ଏବଂ ବିଷ୍ଣୁପ୍ରିୟା କହଁରଙ୍କ ପୁଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଏକ କାର୍ ରେ ବସାଇ ନେଇଯିବାକୁ ଉଦ୍ୟମ କରିଥିଲେ।ଏହି ସମୟରେ ପିଲା ପାଟି କରିବାରୁ ଗ୍ରାମବାସୀ ଆସିଯାଇଥିଲେ। ଫଳରେ ସେମାନେ ଦୁଇଜଣଙ୍କୁ ଛାଡି ପଳାଇଥିଲେ। ଉକ୍ତ ଦୁଇ ବ୍ୟକ୍ତିଙ୍କ ସହ ପୂର୍ବରୁ ଜଣେ ବ୍ୟକ୍ତି ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। ତେଣୁ ସେହି ଲୋକକୁ ଗ୍ରାମବାସୀ ଧରି ପଚରାଉଚରା କରିବାରୁ ଶିଶୁ ଦୁଇ ଜଣଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ନେଉଥିଲେ ବୋଲି ସ୍ୱୀକାର କରିଥିଲା। ଗ୍ରାମବାସୀ ଉକ୍ତ ବ୍ୟକ୍ତିକୁ ଧରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଉକ୍ତ ଗ୍ରାମରେ ପହଞ୍ଚିବାପରେ ଉକ୍ତ ବ୍ୟକ୍ତିକୁ ହସ୍ତାନ୍ତର କରାଯାଇଥିଲା। ଏନେଇ ସୁରେନ୍ଦ୍ର ଓ ବିଷ୍ଣୁପ୍ରିୟା ମିଳିତ ଭାବେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁକରି ତଦନ୍ତ କରୁଥିବା ଥାନାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ