ବସନ୍ତିଆରେ କ୍ଷମତା ଏକ୍ସପ୍ରେସ: ସେବା ପାଇଲେ ୧୨୯ ଜଣ ହିତାଧିକାରୀ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ବସନ୍ତିଆ ଠାରେ କ୍ଷମତା ଏକ୍ସପ୍ରେସ୍ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୨୯ ଜଣ ସେବା ପାଇଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶାର ଏହି ଶିବିରକୁ ଭଦ୍ରକ ଜିଲା ପ୍ରଶାସନ ଆୟୋଜନ କରିଯାଇଥିଲା । ଭଦ୍ରକସ୍ଥିତ ସି.ଆର.ଏସ୍.ଆର ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ଏହି ଶିବିରରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ନିଶାସକ୍ତ ବ୍ୟକ୍ତି, କିନ୍ନର ଏବଂ ଭିକ୍ଷୁକ ମାନଙ୍କୁୁ ବହୁବିଧ ସେବା ଯୋଗାଇ ଦିଆଯାଇଥିଲା । ଶିବିରରେ ଚକ୍ଷୁ ବିଭାଗରେ ୨୭, କାନ ବିଭାଗରେ ୧୧, ମାସନିକ ବିଭାଗରେ ୩, ୟୁଡିଆଡି ପଞ୍ଜୀକରଣରେ ୧୦, ଫିଜିଥେରାପି ଏବଂ ପରାମର୍ଶରେ ୨୬, ଭୋକେସନାଲ ବିଭାଗରେ ୩, ସାମାଜିକ ସୁରକ୍ଷା ପରାମର୍ଶରେ ୪୦, ଏଡ୍ସ ଏବଂ ଆପ୍ଲିଆନ୍ସ ଆସେସମେଣ୍ଟରେ ୯ ଜଣ ହିତାଧିକାରୀ ସେବା ପାଇଥିଲେ । ସକାଳ ୯ଟାରୁ ଏହି ଶିବିର ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥିଲା । ଏହି ଶିବିରରେ ବିଡିଓ ରେବେକା ବିଲୁଙ୍ଗ, ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ନିଶାକର ଖୁଣ୍ଟିଆ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀକ୍ଷା ତ୍ରିପାଠୀ, ବସନ୍ତିଆ ସେବା ସମବାୟ ସମିତି ସଭାପତି ବସନ୍ତ କୁମାର ବେହେରା, ସି.ଆର.ଏସ୍.ଆର ମୁଖ୍ୟ ସମ୍ପାଦକ ଡ. ଭଗବାନ ପରିଡା, ସଂଯୋଜକ ପ୍ରମୋଦ କୁମାର ନାୟକଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଶିବିରରେ ଚକ୍ଷୁ ବିଭାଗର ଡାକ୍ତର ଶଙ୍କର୍ଷଣ ସ୍ୱାଇଁ, କାନ ବିଭାଗର ଡାକ୍ତର କମଳାକାନ୍ତ ବାରିକ, ଫିଜିଓଥେରାପି ବିଭାଗର ଡାକ୍ତର ରୂପାଲୀ ସେନ୍, ମାନସିକ ବିଭାଗର ଡାକ୍ତର ସୂଚିସ୍ମିତା ବାରିକ, ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ଡାକ୍ତର ଦେବରାଜ ପାଣିଗ୍ରାହୀ, କୃତିମ ଅଙ୍ଗ ବିଭାଗରେ ଇଂ.ଚାନ୍ଦିନୀ ବେଗମ୍, ଅନ୍ଲାଇନ ବିକଳାଙ୍ଗ ପ୍ରମାଣ ପତ୍ର ପଞ୍ଜୀକରଣରେ ସେକ୍ ଶେଖାୱେତ୍ ଅଲ୍ଲୀ, ଭୋକେସନାଲ ବିଭାଗରେ ନୃପ କିଶୋର ବାରିକ, ସୁମନ ମଞ୍ଜରୀ ଧଳ, ପଞ୍ଜୀକରଣରେ ଅମିତା ପାତ୍ର, ରାଜେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ସରକାରୀ ରାସ୍ତା କଡରୁ ବେଆଇନ ଗଛ କଟା: ରାଜସ୍ୱ ବିଭାଗ ନିରବଦ୍ରଷ୍ଟା