ବସନ୍ତିଆରେ ବାର୍ଷିକ କ୍ରୀଡା ଉଦ୍ଯାପିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ବସନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡା ଏହାକୁ ଉଦଘାଟନ କରିଥିଲେ । ୪ର୍ଥରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ଉଚ୍ଚ ଡିଆଁ, ଲମ୍ବଡିଆଁ, ମ୍ୟୁଜିକ୍ ଚେୟାର, ସ୍ଲୋ ସାଇକେଲ ରେସ୍, ସଟଫୁଟ୍, ଡିସକସ୍ ଥ୍ରୋ, ଅଖାଦୌଡ, ଗଣିତ ଦୌଡ ଆଦି କ୍ରୀଡା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ଗଂଗାଧର ରାଉତ ଉକ୍ତ କ୍ରୀଡାକୁ୍ ପରିଚାଳନା କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଏଥିରେ ମଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦ୍ୟାଧର ସାହୁ, ପନ୍ଦାଡୋ ହାଇସ୍କୁଲର କ୍ରୀଡା ଶିକ୍ଷକ ନିରଂଜନ ଜେନା, ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଂଜନ ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଆଲୋକ କୁମାର ପ୍ରଧାନ ବେଦପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ କଲ୍ୟାଣ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବାଳିକା ବିଭାଗରେ ଆଦ୍ୟାଶା ମହାନ୍ତି ଓ ବାଳକ ବିଭାଗର ଜଗନ୍ନାଥ ଜେନା ଚମ୍ପିୟାନ ହୋଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲକ୍ଷ୍ମୀଧର ପଣ୍ଡା, ପଦ୍ମନାଭ ବେହେରା, ନାରାୟଣ ପୃଷ୍ଟି, ଅକ୍ଷୟ ସେଠୀ, ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତି, ସ୍ୱାଗତିକା ମଲ୍ଳିକ, ହରପ୍ରିୟା ପରିଡା, ପଦ୍ମିନୀ ସେଠୀ, ରଶ୍ମିରାଣୀ ସୁଆର, କର୍ମଚାରୀ ଜୟକୃଷ୍ଣ ପରିଡା, ନନ୍ଦ କିଶୋର ପଣ୍ଡା, ବୁଦ୍ଧିରାମ ସାହୁ, ତ୍ରିଲୋଚନ ଦାସ ସହଯୋଗ କରିଥିଲେ ।


