ବସନ୍ତିଆରେ ରାସପୂର୍ଣ୍ଣିମା ଉତ୍ସବ ଉଦ୍‌ଯାପିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ବ୍ଲକ ବସନ୍ତିଆ ଠାରେ ଗତ ୭ଦିନ ଧରି ଅନୁଷ୍ଠିତ ହୋଇଥିବା ରାସ ପୂର୍ଣ୍ଣିମା ଉତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି । ସାତ ଦିନ ମଧରୁ ୪ ଦିନ ଧରି ମେଲୋଡି ଓ ଭଜନ ସମାରୋହ କାର୍ଯ୍ୟକ୍ରମରେ ଶହ ଶହ ଦର୍ଶକ ଯୋଗ ଦେଇ ଭରପୁର ଉପଭୋଗ କରିଥିଲେ । ଏହି ଅବସରରେ ଫ୍ରେଣ୍ଡସ୍ କ୍ଲବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରରେ ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ପଣ୍ଡା, ବସନ୍ତ କୁମାର ବେହେରା, ପ୍ରଶାନ୍ତ ମଇକାପ, ଭାଗବତ ପଣ୍ଡା, କ୍ଲବର ସଭାପତି କ୍ଷୀରୋଦ ରାଉତ, ସଂପାଦକ ମୁକ୍ତିକାନ୍ତ ପଣ୍ଡାଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ