ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁ ପ୍ରକୋଷ୍ଠ ଉଦଘାଟିତ

କେନ୍ଦ୍ରାପଡା : ଓସ୍ତପୁର ଗ୍ରାମର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ପରିସରରେ ଏକ ଚକ୍ଷୁ ପ୍ରକୋଷ୍ଠ ସୋମବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ବିମଳାକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡା. ବିଶ୍ୱ ପ୍ରକାଶ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଚକ୍ଷୁ ପ୍ରକୋଷ୍ଠକୁ ଫିତାକାଟି ଉଦଘାଟନ କରିବା ସହିତ ଓସ୍ତପୁର ଭଳି ନିପଟ ମଫସଲ ଅଚଂଳରେ ପ୍ରଫେସର ଡା. ବିମଳାକାନ୍ତ ତ୍ରିପାଠୀ ଗତ ୨୦୦୮ମସିହାରୁ ଏଭଳି ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠାକରି ଗ୍ରାମାଚଂଳର ଗରୀବ ଜନସାଧାଣଙ୍କୁ ସେବା ଯୋଗାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଦର ମହକୁମାରେ ଥିବା ସରକାରୀ ଚକ୍ଷୁ ଚିକିତ୍ସାଳୟରେ ଏବେ ଡାଇଲେସିସ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାପଡାର ଲୋକମାନେ ଚକ୍ଷୁ ଚିକିତ୍ସା ନିମନ୍ତେ କଟକ ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏଭଳି ନିସ୍ୱାର୍ଥପର ଭାବେ ଗ୍ରାମାଚଂଳରେ ସେବା ଯୋଗାଇଦେଉଥିବାରୁ ଡା.ବିମଲାକାନ୍ତ ତ୍ରିପାଠୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ । ଉତ୍ସବରେ ଡା.ବିମଳାକାନ୍ତଙ୍କ ବଡଭାଇ ଜଳସେଚନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ମୁଖ୍ୟଯନ୍ତ୍ରୀ ଇଂ ସୂର୍ଯ୍ୟକାନ୍ତ ତ୍ରିପାଠୀ, ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ଚୈାଧୁରୀ, ବରିଷ୍ଠ ଟେଲିକମ ଇଞ୍ଜିନିଅର ଗୋପିନାଥ ତ୍ରିପାଠୀ, ପୂର୍ବତନ ସରପଂଚ ତଥା ସମାଜସେବୀ ଫକିର ଚରଣ ଖଟୁଆ, ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁ , ଡା. ନିରଞ୍ଜନ ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଡା.ବିମଳାକାନ୍ତଙ୍କ ପୁତ୍ର ଡା.ସରୋଜ କୁମାର ତ୍ରିପାଠୀ ବମ୍ବେର ନାନାବତୀ ହସପିଟାଲ ଓ କଟକର ଜେପିଏମ ରୋଟାରୀ ଚକ୍ଷୁ ହସପିଟାଲରେ ଚାକିରୀ କରୁଥିଲେବି ତାକୁ ଛାଡି ଏଠାରେ ଏକ ଗ୍ରାମାଚଂଳରେ ଗରୀବ ଲୋକମାନଙ୍କୁ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଜ ଜୀବନର ବ୍ରତ ଭାବରେ ଧରିନେଇଛନ୍ତି । ଶ୍ରୀ ଖଟୁଆ କହିଥିଲେ ଯେ ଡା. ତ୍ରିପାଠୀଙ୍କ ଜନ୍ମଦିନ ଅବସରରେ ଏଭଳି ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇଦେବାକୁ ତାଙ୍କ ପୁତ୍ର ସରୋଜ ପ୍ରୟାସ କରିଛନ୍ତି । ଡା.ସରୋଜ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କୁ ଏହି ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରିବାରେ ସହ ଯୋଗ ନିମନ୍ତେ ଉତ୍ତରୀୟ ଓ ମୋମେଂଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ମୁଖ୍ୟ ଅତିଥର ଓ ସମ୍ମାନୀତ ଅତିଥିମାନଙ୍କୁ ମଧ୍ୟ ଉପଢୈାକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ବିଦେଶରେ କାର୍ଯ୍ୟରତ ଡା. ତ୍ରିପାଠୀଙ୍କ ଜ୍ୟେଷ୍ଠପୁତ୍ର ମନୋଜ କୁମାର ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ