ବସନ୍ତ ଶତପଥୀ ସାହିତ୍ୟ ସଂଗଠନ ଦ୍ୱାରା ଶ୍ରଦ୍ଧାଞ୍ଜଳି ସଭା
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବସନ୍ତ ଶତପଥୀ ସାହିତ୍ୟ ସଂଗଠନ ଦ୍ୱାରା କଥାକାର ବସନ୍ତ ଶତପଥୀଙ୍କ ୩୧ ତମ ସ୍ମୃତିସଭା ସ୍ଥାନୀୟ ଶ୍ରୀମା ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି. ସଂଗଠନର ସଭାପତି ପ୍ରେଫସର ଡକ୍ଟର ସୁଶାନ୍ତ କୁମାର ବଶାଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସଭାରେ ବଡ଼ସାହି ପାୟତ ସମିତି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରୋବଧ କୁମାର ମହାପାତ୍ର ମୁଖ୍ୟ ଅତିଥି, ଶ୍ରୀମା ମହିଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର କୁଞ୍ଜବନ ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗଦେଇ ବସନ୍ତ ଶତପଥୀଙ୍କ ସାହିତ୍ୟର ବହୁମୁଖୀ ଦିଗ ସମ୍ବନ୍ଧେର ଅୋଲାକପାତ କରିଥିଲେ. ସଂଗଠନର ଉପ-ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ରୋଜନ୍ଦ୍ର କୁମାର ସାମଲ ବସନ୍ତ ଶତପଥୀଙ୍କ ବେଲା ପରି ଗଳ୍ପକୁ ସମୀକ୍ଷା କରିଥିଲେ. ସଂପାଦକ ସହକାରୀ ପ୍ରେଫସର ଡକ୍ଟର ବିଚିତ୍ରନାଥ ସାହୁ କଥାଶିଳ୍ପୀ ବସନ୍ତ କୁମାର ଶତପଥୀଙ୍କ ଗଳ୍ପ ଗୁନ୍ଥନ ଶୈଳୀ ଓ ପାଠକ ସମାଜ ଉପେର ତାର ପ୍ରଭାବ ସଂପକର୍ରେ ବକ୍ତବ୍ୟ ରଖିଥିଲେ. ଅବସର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଶତପଥୀ ବସନ୍ତ ଶତପଥୀଙ୍କ ଗାଳ୍ପିକ ପ୍ରତିଭାର ଉତ୍ସ ଓ କାରଣ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ. ଅନ୍ୟମାନଙ୍କ ମଧ୍ୟେର ନରସିଂହ ବାରିକ୍, ଅଶୋକ କୁମାର ପଲେଇ, ସୁଶାନ୍ତ କୁମାର ମିଶ୍ର, ଭୀମେସନ ମହାକୁଡ଼, ସଂଗଠନର କୋଷାଧ୍ୟକ୍ଷ ଦୋଳେଗାବିନ୍ଦ ମହାନ୍ତ, ଡକ୍ଟର ଭକ୍ତହରି ମହାନ୍ତ, ଡକ୍ଟର ସଞ୍ଜିବ ପାଣିଗ୍ରାହୀ, ପ୍ରଭାତ ମିଶ୍ର, ଭାଗବତ ପଣ୍ଡା, ସତ୍ୟାନନ୍ଦ ଶେଜପଡ଼ା, ଅନ୍ନଦାଶଙ୍କର ଦାସ ପ୍ରମୁଖ ବସନ୍ତ ଶତପଥୀଙ୍କ ସମ୍ବନ୍ଧରେ ସ୍ମୃତି ଚାରଣ କରିଥିଲେ. ଶେଷରେ ସଂଗଠନର ସହ-ସଂପାଦକ ଶଙ୍କର ଜେନା ଧନ୍ୟବାଦ ଅପର୍ଣ କରିଥିଲେ.


