ବସରୁ ଖସି ଯୁବକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ଅସ୍ଥାୟୀ ବସଷ୍ଟାଣ୍ଡ ନିକଟରେ ବସରୁ ଖସି ପଡ଼ି ଜଣେ ଯୁବକ ଗାଡ଼ି ଚକାରେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହିଞ୍ଜିଳିକାଟୁ ପୌରାଂଚଳ ପାଟଣା ସାହିର ଗୋପିନାଥ ପାଣିଗ୍ରାହୀ (୪୯) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଯୁବକ ଜଣକ ବ୍ରହ୍ମପୁର ଠାରୁ ଘରୋଇ ଯାତ୍ରୀବାହୀ ବସ ଚିକିମିକ୍ (ଓଡ଼ି୦୭ଏସି ୯୬୧୫) ଯୋଗେ ଗ୍ରାମକୁ ଫେରୁଥିବା ବେଳେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଗାଡ଼ିରୁ ଖସିପଡ଼ି ପଛଚକା ତଳେ ପଡ଼ି ଚାପି ହୋଇଯାଇଥିଲେ ।


