ବସରେ ଲାଗିଲା ନିଆଁ

କଟକ, (ଦୀପକ୍ କୁମାର ବେଉରା):କଟକ ସହରର ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ ବସକୁ ବ୍ୟାପି ଥିଲା। ମାତ୍ର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବାରୁ ନିଆଁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଧରଣ ବିପଦ ଟଳି ଯାଇଥିଲା। ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏହାସହ ନିଆଁ ଲାଗିଥିବା ବସରେ କୌଣସି ଯାତ୍ରୀ ନଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ