ବସଷ୍ଟାଣ୍ଡ ନିର୍ମାଣ ପାଇଁ ୫ ବର୍ଷ ବିତୁଛି ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ହେଉଛି ୧ ମାସରେ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ୫ଟି ମାଧ୍ୟମରେ ଏବେ ବିଭିନ୍ନ ଜିଲ୍ଲାରେ ଛାତ୍ର/ ଛାତ୍ରୀ ମାନଙ୍କ ପାଠ ପଡିବା ପାଇଁ ନିର୍ମାଣ କରୁଛନ୍ତି କୋଟି କୋଟି ଟଙ୍କାରେ ସ୍ମାର୍ଟ କ୍ଲାସ ରୁମ । ସେଥିରେ ବଗିଚା ସହ ଭଲ ଟେବୁଲ, ଏଲଇଡି ଟିଭି ଲଗାଇ ବିଦ୍ୟାଳୟ ଓ ପରିବେଶରକୁ ସୌନ୍ଧର୍ଯୀକରଣ କରୁଛନ୍ତି। ହେଲେ ବର୍ତ୍ତମାନ ପୁରୁଣା କୋଠାକୁ ସାଜସଜ୍ଜା କରି ରଙ୍ଗଦେଇ ନୁତନ କୋଠାର ଆବରଣ ଢ଼ାଙ୍କି ଉଦଘାଟନ କରୁଛନ୍ତି ଗଞ୍ଜାମ ଜିଲ୍ଲାରେ । କିଛି ସ୍ଥାନରେ ଉଦଘାଟନ ସରିଥିବା ବେଳେ ଏବେ ଆସନ୍ତା ମାସ ୨ ତାରିଖରେ ଗଜପତିରେ କିଛି ବିଦ୍ୟାଳୟର ଉଦଘାଟନ ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି। ଯାହାକୁ ନେଇ ରାତି ଦିନ ଏକ କରି କାମ ଚାଲିଛି। ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ପାଇଁ ଗୃହ ନିର୍ମାଣ ପାଇଁ ଘୁସଣା ହୋଇଥିଲା୨୮.୩.୨୦୨୧ରେ ଆଉ କାମ ଆରମ୍ଭ ହୋଇଥିଲା୧୮.୮.୨୦୨୧ରେ ।ଗୋଟିଏ ମାସ ମଧ୍ୟରେ ଏହି ବିଦ୍ୟାଳୟ ଶୌଚାଳୟ ସହ କ୍ଲାସ ରୁମ ନିର୍ମାଣ ,ବଗିଚା କାମ ସାରିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ଓ ବିଡିଓ ସାର୍ଥକ ସୌରଭ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ଯନ୍ତ୍ରୀଙ୍କୁ । ଯାହାରି ଫଳରେ ବହୁ ମୁଲ୍ୟବାନ ଗଛ କାଟି ଚାଲିଛି କାମ ।ଅନ୍ୟପଟେ ଲଗାତାର ବର୍ଷା ଲାଗି ରହିଥିବା ବେଳେ ଛାତରୁ ପାଣି ଗଳୁଛି କାନ୍ଥରେ ରଙ୍ଗ ଦେଲେ ଧୋଇ ହେଇଯାଉଛି। ମାତ୍ର ୮ଦିନରେ ନିର୍ମାଣ ହୋଇଛି ଶୌଚାଳୟ। ତାହା ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ। ନା କମାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଥିବା ବେଳେ କିଏ ଜାଣେ ଉଦଘାଟନ ହେବା ପରେ ଛାତ୍ର/ ଛାତ୍ରୀ ବିଦ୍ୟାଳୟରେ ବସିଥିବା ବେଳେ କୋଠା ଭୁଷୁଡି ପଡି ଯାଇ ଅଘଟଣ ଘଟିବ । ମୋହନାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଲାଗିଲାଣି ୫ ବର୍ଷ। ବ୍ଲକ କୋଠା ନିର୍ମାଣ ପାଇଁ ୩ ବର୍ଷ । ସାଧାରଣ ଘର ଖଣ୍ଡେ ନିର୍ମାଣ ପାଇଁ ଲାଗୁଛି ଗୋଟିଏ ବର୍ଷ କିନ୍ତୁ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ପାଇଁ ଗୋଟିଏ ମାସ । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ ଓ ଅଭିଭାବକମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ