ବସଷ୍ଟାଣ୍ଡ ପରିସରରୁ ଦୋକାନ ଉଚ୍ଛେଦ ପାଇଁ ନୋଟିସ ଜାରି

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହଦେବଖୁଣ୍ଟା ବସଷ୍ଟାଣ୍ଡ ନବୀକରଣ ପାଇଁ ପ୍ରଶାସନ ପକ୍ଷରୁ ଜାରି ଉଚ୍ଛେଦ ନୋଟିସ ବିରୋଧରେ ଜିଲାପାଳଙ୍କଠାରେ ମଙ୍ଗଳବାର ଫେରାଦ ହୋଇଛନ୍ତି ୫୨ରୁ ଊର୍ଦ୍ଧ୍ୱ ଦୋକାନୀ । ସେମାନଙ୍କ ଆପତ୍ତି ଅନୁସରେ ଦୀର୍ଘ ୨୫ ବର୍ଷ ଧରି ସେମାନ ବସଷ୍ଟାଣ୍ଡ ପରିସରରେ ବ୍ୟବସାୟ କରିଆସୁଛନ୍ତି । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ସହ ହୋଇଥିବା ଚୁକ୍ତି ଅନୁସାରେ ସେମାନେ ପ୍ରତିମାସ ସହଦେବଖୁଚଣ୍ଟା ମୋଟର୍ସ ଆସୋସିଏସନକୁ ଭଡ଼ା ଅର୍ଥ ମଧ୍ୟ ଦେଉଛନ୍ତି । ଏହି ସ୍ଥାନ ଓଏସଆରଟିସିର ହୋଇଥିବା ବେଳେ ସେମାନଙ୍କୁ ଜବରଦସ୍ତ ଉଚ୍ଛେଦ କରିବା କେଉଁ ନ୍ୟାୟର ବୋଲି ଦୋକାନୀମାନେ ଆରୋପ ଉଠାଇଛନ୍ତି । ସଦର ତହସିଲଦାରଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସରରେ ୩ଦିନ ମଧ୍ୟରେ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ କେତେ ଯଥାର୍ଥ ବୋଲି ସେମାନ ପ୍ରଶ୍ନ କରିଛନ୍ତି । ବସଷ୍ଟାଣ୍ଡର ଉନ୍ନତିକରଣକୁ ସେମାନେ ସ୍ୱାଗତ କରୁଛନ୍ତି ମାତ୍ର ସେମାନଙ୍କ ଥଇଥାନ ବାବଦରେ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି ବୋଲି ଦୋକାନୀମାନେ ପ୍ରକାଶ କରିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ ପାଇଁ ଦୋକାନୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏନେଇ ରଞ୍ଜନ ବାଗଙ୍କ ନେତୃତ୍ୱରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରଛନ୍ତି । ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଉଚିତ ପଦକ୍ଷେପ ନେବେ ବୋଲି ଜିଲାପାଳ ଦୋକାନୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବାଗ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ