ବସ୍ତାରେ କମ ଓଜନର ଚାଉଳ ଆସୁଥିବାରୁ ଗୋଟିଏ ଦିନ ଅଟକି ରହିଲା ଯୋଗାଣ ପରିବହନ ଗାଡି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଯୋଗାଣ ସାମଗ୍ରୀ ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ଠିକାଦାର ନିଯୁକ୍ତ କରାଯାଇଛି । କିନ୍ତୁ ସଂଫୃକ୍ତ ଠିକାଦାର ଚାଉଳ ବସ୍ତାରେ କମ୍ ପରିମାଣର ଚାଉଳ ପ୍ରଦାନ କରୁଥିବା ଡିଲରମାନେ ବାରମ୍ବାର ଅଭିଯୋଗ କରୁଥିଲେ । ଯାହାଫଳରେ ହିତାଧିକାରୀଙ୍କୁ ଚାଉଳ ବଂଟନରେ ଅସୁବିଧା ହେଉଥିବା ଡିଲରମାନେ ଦର୍ଶାଇଥିଲେ । ମାତ୍ର ସେପ୍ଟେମ୍ବର ୧୨ରେ ଯୋଗାଣ ପରିବହନ ଗାଡି ଗଜରାଜପୁର ଡିଲର ପଏଂଟରେ ଯୋଗାଣ ସାମଗ୍ରୀ ପ୍ରଦାନ ପାଇଁ ଆସିଥିଲା । ବସ୍ତାରେ କମ୍ ଓଜନର ଚାଉଳ ଆସୁଥିବାରୁ ଡିଲର ଚିତରଂଜନ ପାଢୀ ଯୋଗାଣ ସାମଗ୍ରୀ ନେଇ ନଥିଲେ । ବସ୍ତାରେ କମ୍ ଓଜନର ଚାଉଳ ଆସୁଥିବାରୁ ଉକ୍ତ ବିଷୟରେ ବ୍ଳକ ଯୋଗାଣ ନିରୀକ୍ଷଣଙ୍କୁ ଅଭିଯୋଗ କରିଥିଲେ । ଯାହାଫଳରେ ଗୋଟିଏ ଦିନ ପରିବହନ ଗାଡି ଅଟକି ରହିଥିଲା । ଏହି ଗାଡିରେ ୫୩୦ପ୍ୟାକେଟ ଅର୍ଥାତ ୨୬୫ କୁଇଂଟାଲ ସାମଗ୍ରୀ ରହିଥିଲା । ଶୁକ୍ରବାର ଘଟଣାସ୍ଥଳରେ ଯୋଗାଣ ନିରିକ୍ଷକ ପହଂଚି ଚାଉଳ ବସ୍ତା ଓଜନ କରିବା ପରେ ସଂପୃକ୍ତ ଡିଲର ଯୋଗଣ ସାମଗ୍ରୀ ନେଇଥିଲେ । କିଛି ବସ୍ତା ଓଜନ କରିବା ପରେ ଓଜନରେ ସମାନତା ରହି ନଥିବା ଜଣାପଡିଥିଲା । ପ୍ରତି ବସ୍ତାରେ ୫୦କିଗ୍ରା ଚାଉଳ ରହିବା ପରିବର୍ତେ କେଉଁ ବସ୍ତାରେ କମ୍ ତ କେଉଁ ବସ୍ତାରେ ଅଧିକ ରହିଥିଲା ।ଉକ୍ତ ବିଷୟରେ ପ୍ରଦୀପ୍ତ ପ୍ରସନ୍ନ ନାୟକ କହିଥିଲେ ଯେହେତୁ ବସ୍ତାରେ କମ୍ ବେଶି ରହୁଛି ଡିଲରମାନେ ବଂଟନ କରିବାରେ କୌଣସି ଅସୁବିଧା ନାହିଁ । ଏଠାରେ ପ୍ରଶ୍ନ ସବୁ ଡିଲର କେନ୍ଦ୍ରରେ ସମାନ ହିତାଧିକାରୀ ନାହାନ୍ତି । ଯେଉଁ ଡିଲର କେନ୍ଦ୍ରରେ କମ୍ ହିତାଧିକାରୀ ଅଛନ୍ତି ସେଠାରେ କମ୍ ପରିମାଣର ଯେ।।ଗଣ ସାମଗ୍ରୀ ପ୍ରଦାନ କରାଯାଉଛି । ସେଠାରେ ଯଦି ଅଧିକାଂଶ ବସ୍ତା କମ୍ ଓଜନର ପ୍ରଦାନ କରାଯାଏ ତେବେ ଉକ୍ତ ଡିଲର ହିତାଧିକାରୀଙ୍କୁ କିପରି ସାମଗ୍ରୀ ବଂଟନ କରିବ । ଅନ୍ୟପଟେ ସାମଗ୍ରୀ ପ୍ରଦାନ କରିବା ସମୟରେ ଡିଲର କେନ୍ଦ୍ରରେ ବସ୍ତା ଓଜନ କରି ପ୍ରଦାନ କରାଯାଉନାହିଁ । ଯାହାଫଳରେ କମ ସାମଗ୍ରୀ ନେଇ ଡିଲରମାନେ ବଂଟନ ସମୟରେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ଉକ୍ତ ବ୍ଳକରେ ଯୋଗାଣ ସାମଗ୍ରୀ ବଂଟନ ପାଇଁ ୨୪ଟି ଡିଲର କେନ୍ଦ୍ର ମଧ୍ୟରୁ ୧୬ଟି ବ୍ୟକ୍ତିଗତ ଓ ୮ଟି ସ୍ୱୟଂ ସହାୟୀକା ଦଳ କୁ ପ୍ରଦାନ କରାଯାଇଛି । ସେଥିରେ ୧୭ ହଜାର ୬୨୮କାର୍ଡଧାରୀ ଥିବା ବେଳେ ୬୩ ହଜାର ୬୫୦ଜଣ ହିତାଧିକାରୀ ସାମିଲ ଅଛନ୍ତି ।