ବସ୍ତା ଓ ବାଲିଆପାଳ ବ୍ଲକରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଜନସମ୍ପର୍କ ଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା “ମହା ଜନ ସମ୍ପର୍କ ଅଭିଯାନ” ପରିପ୍ରେଷୀରେ ଆଜି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବସ୍ତା ବ୍ଲକ ଅନ୍ତର୍ଗତ ଦରଡ଼ା ପଞ୍ଚାୟତର କୁଣ୍ଡେଇ ଗ୍ରାମ ଏବଂ ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ପଞ୍ଚାୟତର ହାସିନପୁର ଓ ମଧୁପୁରା ଗ୍ରାମରେ ଘରକୁ ଘର ବୁଲିବା ସହିତ ବାଲିଆପାଳ ବ୍ଲକର ବରିଷ୍ଠ ନାଗରିକ ମଞ୍ଚର ସଭାପତି ନାରାୟଣ ସାହୁ ଏବଂ ବିଶିଷ୍ଟ ବ୍ୟବସାୟୀ ସୁବଳ ଦେଙ୍କ ପରିବାରକୁ ଭେଟି ମୋଦୀ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ୯ ବର୍ଷ ଶାସନ କାଳରେ ଓଡିଶାକୁ ପୂର୍ବାପେକ୍ଷା ଅଧିକ ଗୁରତ୍ୱ ଦେଇ ଓଡିଶାରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ବିଷୟରେ ବ୍ୟାପକ ଆଲୋଚନା କରିବା ସହ ସେହି ପରିବାରର ବ୍ୟକ୍ତି ବିଶେଷଙ୍କ ମୋବାଇଲରୁ ଭାରତୀୟ ଜନତା ପାର୍ଟି ଦ୍ୱାରା ଜାରିକରାଯାଇଥିବା ନମ୍ବର ୯୦୯୦୯୦୨୦୨୪ କୁ ମିସ୍ କଲ କରାଇ ସମ୍ପର୍କରୁ ସମର୍ଥନ ଅଭିଯାନରେ ସାମିଲ କରାଇଛନ୍ତି । ଏଥିସହିତ ସାଂସଦ ମୋଦୀ ସରକାରଙ୍କ ୯ ବର୍ଷ ଶାସନରେ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଏକ କରପତ୍ର ପରିବାର ବର୍ଗଙ୍କୁ ପ୍ରଦାନ କରିବା ସହିତ ଘରେ ଘରେ ଷ୍ଟିକର ମଧ୍ୟ ଲଗାଇଛନ୍ତି ।ଜନ ସମ୍ପର୍କ ଯାତ୍ରା ସମୟରେ ଜିଲ୍ଲା ଉପସଭାପତି ତଥା ବସ୍ତା ବ୍ଲକ୍ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା , ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ବାଲିଆପାଳ ବ୍ଲକ ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଜୈନ,ବସ୍ତା ମଣ୍ଡଳ ସଭାପତି ରଂଜନ ମହାନ୍ତି, ଲଙ୍ଗଳେଶ୍ବର ମଣ୍ଡଳ ସଭାପତି ଗଗନ ସାହୁ, ଦରଦା ପଞ୍ଚାୟତ ସଭାପତି କୃଷ୍ଣ ଦତ୍ତ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାସୁଦେବ ପଣ୍ଡା , ଲଙ୍ଗଳେଶ୍ବର ମଣ୍ଡଳ ପ୍ରଭାରୀ ଫର୍ଣାଲ ବିଶ୍ଵାଳ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ସାହୁ, ବିକାଶ ଗିରି, ଅକ୍ଷୟ ପାତ୍ର, ନିତ୍ୟାନନ୍ଦ ସାହୁ , ମଧୁସୁଦନ ସାହୁ, କାଳୀଚରଣ ବିଶ୍ଵାଳ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।