ବସ୍ତା ବ୍ଲକ୍ ବ୍ରାହ୍ମଣ ସମିତିର କର୍ମକର୍ତ୍ତା ଚୟନ

ବାଲେଶ୍ୱର ୍ର(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ବସ୍ତା ବ୍ଲକ୍ର ରାଜଘାଟସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ବୁଧବାର ଦିନ ବସ୍ତା ବ୍ଲକ୍ ବ୍ରାହ୍ମଣ ସଂଗଠନର ଏକ ସାଂଗଠନିକ ସଭା ଶ୍ରୀଯୁକ୍ତ ପ୍ରଦୀପ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ବ୍ରାହ୍ମଣ ସମିତିର ଉପସଭାପତି ପଣ୍ଡିତ ଶକ୍ତିପଦ ପଣ୍ଡା ଓ କାର୍ଯ୍ୟକାରୀ ସମିତିର ସଦସ୍ୟ କ୍ଷିତିଶ ଚନ୍ଦ୍ର ପଣ୍ଡା ଯୋଗଦାନ କରି ଜିଲ୍ଲା ବ୍ରାହ୍ମଣ ସମିତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଉପେକ୍ଷିତ ବ୍ରାହ୍ମଣ ସଂଗଠନକୁ ଆଗେଇନେବାପାଇଁ ପଞ୍ଚାୟତ ସ୍ତରରୁ ସଂଗଠିତ ହେବାକୁ ବୈଠକରେ ନିଷ୍ପତ୍ତି ଗୃହୀତ ହୋଇଥିଲା । ଜିଲ୍ଲାରେ ବୈଦିକ ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରି ରଖିବାପାଇଁ ବ୍ରାହ୍ମଣ ପିଲାମାନଙ୍କୁ ବେଦ ଓ କର୍ମକାଣ୍ଡ ଶିକ୍ଷା ପ୍ରଦାନ ପାଇଁ ପ୍ରତି ବ୍ଲକ୍ରେ ଅନ୍ୟୁନ ଗୋଟିଏ କରି ବେଦ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ସରକାରୀ ସହାୟତାରେ ସ୍ଥାପନ କରାଯିବା ଓ ଦେବାଦେବୀ ମନ୍ଦିରରେ ପୂଜାକର୍ମ ପାଇଁ ନିଯୁକ୍ତ ପୂଜକ ବ୍ରାହ୍ମଣମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ସରକାରଙ୍କଠାରେ ଦାବି ଉପସ୍ଥାପନ ପାଇଁ ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ବସ୍ତା ବ୍ଲକ୍ର ବ୍ରାହ୍ମଣ ସଂଗଠନକୁ ଆଗକୁ ଆଗେଇ ନେବାପାଇଁ ଉପସ୍ଥିତମାନଙ୍କ ମଧ୍ୟରେ ବ୍ଲକ୍ସ୍ତରୀୟ ବ୍ରାହ୍ମଣ ସମିତି ଶାଖାର କର୍ମକର୍ତ୍ତା ଚୟନ ହୋଇଥିଲା । ସେମାନେ ହେଲେ ସର୍ବଶ୍ରୀ ପ୍ରଦୀପ କୁମାର ପଣ୍ଡା, ସଭାପତି, କ୍ଷିତିଶ ଚନ୍ଦ୍ର ପଣ୍ଡା, ସଂପାଦକ, ସଂଦୀପ ହୋତା, ସହସମ୍ପାଦକ, ବସନ୍ତ ପାଣି, କୋଷାଧ୍ୟକ୍ଷ ଏବଂ ବିକାଶ ମିଶ୍ର, ଦାମୋଦର ପଣ୍ଡା, ରବିନାରାୟଣ ଶତପଥୀ, ରବିନାରାୟଣ ଦାଶ, ଶ୍ରୀକାନ୍ତ ନନ୍ଦ ଓ ସର୍ବେଶ୍ୱର ପଣ୍ଡା କାର୍ଯ୍ୟକାରୀ କମିଟିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସତୀଶ ଚନ୍ଦ୍ର ପଣ୍ଡା, ହରିଶଚନ୍ଦ୍ର ପଣ୍ଡା, ପୂର୍ଣ୍ଣେନ୍ଦୁ ପାଢ଼ୀ, ନୟନ ଚନ୍ଦ୍ର ପଣ୍ଡା, ଚିନ୍ମୟୀ ନନ୍ଦ, ତାରାକାନ୍ତ ପଣ୍ଡା, ରବୀନ୍ଦ୍ର ପତି, ପରମାନନ୍ଦ ଦାଶ, ଜ୍ୟୋତିପ୍ରକାଶ ପଣ୍ଡା, ଜୀବନକୃଷ୍ଣ ପଣ୍ଡା ଓ ଅନ୍ୟମାନେ ଯୋଗଦାନ କରିଥିଲେ । ଆଲୋଚନା ଅନ୍ତେ ଶ୍ରୀ ସତୀଶ ଚନ୍ଦ୍ର ପଣ୍ଡା ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେବାପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ