ବସ୍ତି ଅଂଚଳର ଗରିବ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ଇ ସ୍କୁଲ ସହାୟତା

ଛତ୍ରପୁର, (ଦେବଦତ୍ତ ମହାରଣା):କରୋନା ମହାମାରୀ ଯୋଗୁଁ ସାଧାରଣ ଶିକ୍ଷା ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ ଭାବରେ ସରକାରୀ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଯେଉଁ ଛାତ୍ରଛାତ୍ରୀ ମାନେ ଅନଲାଇନ ପାଠପଢା ସମୟରେ ଗୁରୁତର ସହ ପଢାପଢି କରି ନାହାନ୍ତି ବା ଯେଉଁ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କ ପାଠପଢା ପ୍ରତି ଦୃଷ୍ଟି ଦେଇ ପାରି ନାହାନ୍ତି ସେଠି ପରିସ୍ଥିତି ଆହୁରୀ ସଙ୍ଗୀନ । କରୋନା କାଳରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାସ ହେଉଥିବା ହେତୁ ଏବେ ବିଦ୍ୟାଳୟରେ ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଛି । ବାସ୍ତବିକ କ୍ଷେତ୍ରରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପାଠ ଆସୁନଥିବା ଛାତ୍ରଛାତ୍ରୀ ମାନେ ଏବେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଏମାନଙ୍କୁ ପାଠ ବୁଝାଇବା ଶିକ୍ଷକ ମାନଙ୍କ ପାଇଁ ଏକ କଠିନ ବ୍ୟାପାର ହୋଇଛି । ଆଗକୁ ଏହି ଛାତ୍ରଛାତ୍ରୀ ମାନେ ସାଧାରଣ ବର୍ଷ ଭଳି ପରୀକ୍ଷାର ସମ୍ମୁଖିନ ହେବେ । ଏପରି ସ୍ଥଳେ ଛତ୍ରପୁର ସହରର ବସ୍ତି ଅଂଚଳରେ ରହୁଥିବା ଗରୀବ ଶ୍ରେଣୀର ପରିବାରର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଇ ସ୍କୁଲ ପାଠ୍ୟକ୍ରମ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଛତ୍ରପୁର ଷ୍ଟେସନ ରୋଡ୍ ମେଟା ସାହି ନିକଟରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଭାଗୃହରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସହରର ସମସ୍ତ ସ୍ୱଚ୍ଛସାଥିଙ୍କ ସମେତ ତିନି ନମ୍ବର ୱାର୍ଡର କିଛି ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍ ରେଖା ମହାନ୍ତି ଓ ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ମୋବାଇଲ ଫୋନ ଯୋଗେ କିପରି ଏହି ପାଠ୍ୟକ୍ରମ ପ୍ରଚଳନ ହେବ ସେ ବାବଦରେ ତାଲିମ ପ୍ରଦାନ କରିଥିଲେ । ଡିଆରଡିଏ ର ମନିଟରିଂ ଆଣ୍ଡ ଇଭୋଲେସନ୍ ଏକ୍ସପର୍ଟ ମନୋରଞ୍ଜନ ପାଣିଗ୍ରାହୀ ଓ ସାନିଟେସନ ଏକ୍ସପର୍ଟ ଶୁଭଶ୍ରୀ ତରେଇ ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ