ବସ୍ତି ଅଞ୍ଚଳରେ ସଚେତନତା ଓ ମାସ୍କ, ଶିଖିଲା ଖାଦ୍ୟ ବଣ୍ଟନ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ସଂପ୍ରତି ସମଗ୍ର ଦେଶରେ କୋଭିଡ୍‌-୧୯ର ସଂକ୍ରମଣ ଦୀନକୁ ଦିନ ବଢିବାରେ ଲାଗିଛି । ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବହୁବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଆଗେଇ ଆସିଛନ୍ତି । ପାରାଦ୍ୱୀପ ମହାବିଦ୍ୟାଳୟ ୟୁଥ୍ ରେଡ୍‌କ୍ରସ୍ ପକ୍ଷରୁ ପାରାଦ୍ୱୀପ ର ବିଭିନ୍ନ ବସ୍ତି ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦ୍ୱରତ୍ୱ ନିୟମ ପାଳନ କରିବା, ମାସ୍କ ପିନ୍ଧିବା ଓ ନିୟମିତ ଭାବେ ହାତ ଧୋଇବାକୁ ୟୁଥ୍ ରେଡ୍‌କ୍ରସ୍ ର ସ୍ୱଚ୍ଛାସେବୀ ମାନେ ବସ୍ତିବାସିନ୍ଦାଙ୍କୁ ପରାମର୍ଶ ଦେଇଥିଲେ । କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଘରେ ରହିବାକୁ ସ୍ୱଚ୍ଛାସେବୀମାନେ ସମସ୍ତଙ୍କୁ ନିବେଦନ କରିଥିଲେ । ୟୁଥ୍ ରେଡ୍‌କ୍ରସ୍ ର ଉପଦେଷ୍ଟା ଅଧ୍ୟାପକ ବ୍ରହ୍ମାନନ୍ଦ ବିଶ୍ୱାଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ପାରାଦ୍ୱୀପ ମଣ୍ଡଳ ବିଜେପି ପକ୍ଷରୁ ପାରାଦ୍ୱୀପ ଷଣ୍ଡକୁଦ ବସ୍ତି ଅଞ୍ଚଳରେ ଗରିବ ଅସହାୟ ଲୋକଙ୍କୁ ମାସ୍କ ଓ ଶିଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ, ବରିଷ୍ଠ ସଦସ୍ୟ ସର୍ବେଶ୍ୱର ବଳିୟାରସିଂହ, ଷଣ୍ଡକୁଦ ଅଞ୍ଚଳର ଯୁବ ସଂଗଠକ ଅର୍ଜିଲ ଶିବା, ବିରଜା ପ୍ରସାଦ ତ୍ରିପାଠୀ, ପ୍ରଫୁଲ୍ଲ ପରିଜା, ପ୍ରମୁଖ ଉପସ୍ଥିତ ରହି ଗରିବ ଅସହାୟ ଲୋକମାନଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ