ବସ୍ତି ବାସିନ୍ଦା ଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ) :ସ୍ଥାନୀୟା ହରିଜନ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୩୩ ଜଣ ଦଳିତଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇଥିବା ବେଳେ ଡି.ଆର .ଡି.ଏ ପି ଡି ମହେଶ କୁମାର ଚୌଧୁରୀ,ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, କାଶୀନଗର ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ,ପୂର୍ବତନ ଏନ.ଏ .ସି ଅଧକ୍ଷା ଏମ.ସୁଧାରାଣୀ,ଉପଧକ୍ଷ ଏସ.ବୈକୁଣ୍ଠ ରାଓ ପ୍ରଭୃତି ଯୋଗ ଦେଇ ଥିଲେ |ଏନ.ଏ .ସି କାର୍ଯ୍ୟ ନିର୍ବାହୀ ଅଧକାରୀ ସତ୍ୟ ସମ୍ପର୍ଣ୍ଣା ରାଉତ ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ |ତେବେ ନିମନ୍ତ୍ରିତ ଭାବେ ଯୋଗ ଦେଇଥିବା ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନଙ୍କୁ ଅଣଦେଖା କରା ଯାଇଥିଲା ଓ ସେମାନଙ୍କୁ ଅସଂମାନ କରାଯାଇଥିବା ଅଭିଯୋଗ ହୋଇଛି | ଯଦି ଏଭଳି ଘଟଣା ଘଟେ ତେବେ କାଶୀନଗର ସମସ୍ତ ସାମ୍ବାଦିକ ସରକାରୀ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତି ନିଆଯାଇଛି |ତେବେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନରେ ପାତର ଅନ୍ତର ନୀତି କରୁ ଥିବା ଅଭିଯୋଗ ଉଠିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ