ବସ୍ତି ବାସିନ୍ଦା ପଟ୍ଟା ଓ ଆବାସ ଘର ପ୍ରଦାନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରମ୍ଭା ଗ୍ରାମବାସିନ୍ଦା

ଛତ୍ରପୁର, (ଦେବଦତ୍ତ ମହାରଣା) : ବସ୍ତି ବାସିନ୍ଦା ପଟ୍ଟା ଓ ଆବାସ ଘର ପ୍ରଦାନ ନିମନ୍ତେ ସୋମବାର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ (ରାଜସ୍ୱ)ଙ୍କ ଦ୍ୱାରସ୍ଥ ହୋଇଛନ୍ତି ରମ୍ଭା ଗ୍ରାମ ଅନ୍ତର୍ଗତ ଚିଲିକା ରୋଡ ୱାର୍ଡ ନମ୍ବର ୯ ଓ ୧୦ ଏବଂ ଏନଏସି ବନ୍ଧ ସାହି, ୱାର୍ଡ ନମ୍ବର ୬ ଓ ୭ ର ସ୍ଥାୟୀ ବାସିନ୍ଦା । ସରକାରଙ୍କ ନିୟମାବଳୀ ଅନୁସାରେ ସେମାନଙ୍କୁ ଜାଗା ମିଶନରେ ବସ୍ତିବାସିନ୍ଦାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏଲଇସି ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ସେମାନଙ୍କୁ ଏ ପର୍ଯ୍ୟନ୍ତ ସ୍ଥାୟୀ ପଟ୍ଟା ମିଳିପାରିନାହିଁ । ଏ ସଂପର୍କରେ ବାରମ୍ବାର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆଜି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ମଞ୍ଜୁ ସାସସମଲ, ସୁନ୍ଦରୀ ସାସମଲ,ରୁନୁ ସାସମଲ, ଝୁନୁ ସାସମଲ, ରେଖା ନାୟକ, ପ୍ରତିମା ନାୟକ, ଝରଣା ନାୟକ, ଗୀତା ନାୟକ, ବାସନ୍ତି ନାୟକ, ସୁନିତା ନାୟକ, ବାସନ୍ତି ଦେବୀ, ରିନା ନାୟକ, ସୀତା ନାୟକ, ସପନା ନାୟକ, ମାମା ନାୟକ, ମନୋଜ ସେନାପତି, ମାମି ବାରିକ, କୃଷ୍ଣ ଚନ୍ଦ୍ର ବାରିକ, ବିନୁ ସେନାପତି ଓ ନାରାୟଣ ତରାଇଙ୍କ ସମେତ ବହୁ ବସ୍ତି ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ