ବସ୍ତି ମଧ୍ୟରୁ ଗ୍ୟାସ ଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତରିତ ଦାବୀ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ବସ୍ତି ଭିତରେ ରହିଥିବା ବିଦ୍ୟାଧରପୁର ଇଣ୍ଡେଦ ଗ୍ୟାସ ଗୋଦାମକୁ ହଟାଇବାକୁ ଗ୍ରାମବାସୀମାନେ ଦାି କରିଛନ୍ତି । ଗ୍ରାମବାସୀମାନେ ଏ ସମ୍ପର୍କରେ ଆନନ୍ଦପୁର ବିଧାୟକ, ହାଟଡିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଯେ ବିଦ୍ୟାଧରପୁର ବଜାର ନିକଟରେ ଥିବା ଇଣ୍ଡେନ ଗ୍ୟାସ ବିତରକ କେନ୍ଦ୍ର ତାହାର ଗୋଦାମ ଘରକୁ ବଜାର ଓ ବସ୍ତି ନିକଟରେ କରି ଗ୍ୟାସ ଗଚ୍ଛିତ ରଖିଛନ୍ତି । ନିୟମାନୁଯାଇ ବସ୍ତି ମଧ୍ୟରେ ଗ୍ୟାସ ଗୋଦାମ ଘର ନରହିପାଇଁ ନିୟମ ଥିବାବେଳେ ବିଭାଗୀୟ ଏଜେନସି ତାହାକୁ ଭ୍ରୁକ୍ଷେପ ନକରି ବେ ଆଇନି ଭାବେ ନିର୍ମାଣକରି ଗ୍ୟାସ ଗଚ୍ଛିତ ରଖିଆସୁଛନ୍ତି । ଯଦି କୌଣସି ଦୁର୍ଘଟଣା ଘଟେ ତେବେ ପ୍ରଭୁତ କ୍ଷୟକ୍ଷତି ହେବାର ଆଶଙ୍କା ଦେଖା ଦେଇଛି । ଏଣୁ ତୁରନ୍ତ ଏଠାରୁ ଗ୍ୟାସ ଗୋଦାମ ଘରକୁ ସ୍ଥାନାନ୍ତରିତ କରିବାକୁ ବାଲିବରେଇ, ବିଦ୍ୟାଧରପୁର ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଗ୍ୟାସ ଏଜେନସି କର୍ତ୍ତୁପକ୍ଷଙ୍କୁ ପଚାରିବାରେ ସେ ଇଣ୍ଡିଆନ ଅଏଲ କର୍ତ୍ତୁପକ୍ଷଙ୍କ ସୁପାରିଶ କ୍ରମେ ଗୋଦାମ ଘର ନିର୍ମାଣ ହୋଇଥିଲା । ଯଦି କର୍ତ୍ତୁପକ୍ଷ ସ୍ଥାନାନ୍ତର ପାଇଁ କହିବେ ତେବେ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ