ବସ୍ତ୍ର ବଂଟନ ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବମିଖାଲ କେନାଲ ରୋଡ ବସ୍ତିଠାରେ ଏକ ବସ୍ତ୍ରବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିତ ଅତିଥି ଭାବେ ଅଧିବକ୍ତା ସନ୍ତୋଷ କୁମାର ମିଶ୍ର, ସମାଜସେବୀ ବଳରାମ ସାହୁ ଉପସ୍ଥିତ ରହି ପ୍ରାୟ ୧୫ଟି ପରିବାରକୁ ବସ୍ତ୍ର ବଂଟନ କରିଥିଲେ । ଏହାସହିତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅଂଶୁଘାତରୁ ରକ୍ଷା ପାଇବା ପାଇର୍ ସରକାରଙ୍କ ନିୟମ ଓ ସଚେତନତା ସଂପର୍କରେ ଅବଗତ କରାଇଥିଲେ । ଏଥିସହ ଶୁଖିଲା ଖାଦ୍ୟ, ଓଆରଏସ୍ ଜଳ ବଂଟନ କରାଯାଇଥିଲା । ମାନବ ସେବା ହିଁ ମାଧବ ସେବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରିୟବ୍ରତ ବାରିକ, ପୂଜାରାଣୀ ।