ବସ୍‌ରେ ବିଦ୍ୟୁତ୍ ତାର ଲାଗି ୧୦ ମୃତ୍ୟୁ ଘଟଣାରେ ୪ ନିଳମ୍ବିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ୍‌: ରବିବାର ଗଞ୍ଜାମ ଜିଲ୍ଲା ମେଣ୍ଡୁରାଜପୁର ରାସ୍ତାରେ ସୀଲିକି ସିଟି ବସ ରେ ୧୧ କେଭି ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ସୋମବାର ୪ଜଣ ଇଂଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି ସରକାର । କାର୍ଯ୍ୟରେ ଅବହେଳା କରିଥିବାରୁ ୪ ଜଣ ଇଂଜିନିୟର କୁ ନିଲମ୍ବିତ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିଦ୍ୟୁତ୍ ଡିଭିଜନ ଜେଇ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ଓ ସହକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗତକାଲି ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଥିଲା ।ଆଜି ଏହି ଘଟଣାକୁ ନେଇ ବିଧାନ ସଭାରେ ଆଲୋଚନା ଚାଲିଥିଲା । ଏଥିସହ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆଉ କେହି ଯଦି ସମ୍ପୃକ୍ତ ରହିଥାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ