ବସ୍-ଟ୍ରକ ମୁହାଁମୁହିଁ ଧକ୍କା: ୨୦ ମୃତ,୨୦ ଆହାତ
ଚେନ୍ନାଇ: ଗୁରୁବାର ସକାଳେ ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ସ୍ଥାନୀୟ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନାନୁଯାୟୀ କେରଳ ରାଜ୍ୟ ସଡକ ପରିବହନ ନିଗମ ଏକ ବସ୍ କର୍ଣ୍ଣାଟକର ବେଙ୍ଗାଲୁୂରୁରୁ କେରଳର ଏର୍ଣ୍ଣାକୁଲମ୍ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଆସିବା ଫଳରେ ଟ୍ରକ – ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଭଳି ଏକ ଦୁଖଦ ଲୋମଟାଙ୍କୁରା ଘଟଣା ଘଟିବା ପରେ ଲୋକ ଚିତ୍କାର ଶୁଣିବାକୁ ମିଳିଥିଲା ।ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଦୈାଡି ଆସିଥିବା ବେଳେ ଦେଖିଥିଲେ ଏଭଳି ଏକ ଭୟାନକ ମର୍ମନ୍ତୁଦ ସଡକ ଦୂର୍ଘଟଣା । ସ୍ଥାନୀୟ ଲୋକ ଓ ପୋଲିସର ସହାୟତାରେ ଆହାତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି । ଆହାତ ମାନଙ୍କ ମଧ୍ୟରେ କିଛି ଗୁରୁତର ଆହାତ ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।