ବସ୍ ଓଲଟି ୧୦ ଜଣ ଆହତ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଆଳଦା ସେବାଶ୍ରମସ୍ଥିତ ବଗଦା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବା ଫଳରେ ୧୦ ଆହତ ହୋଇଛନ୍ତି । ଖବରରୁ ପ୍ରକାଶ ଯେ ଓ.ଆର-୧୧ଡି.୬୪୦୧ ନମ୍ବର ବିଶିଷ୍ଟ ଝାଡେଶ୍ୱର ନାମକ ବସଟି ବରଜଦେଉଳୀରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ବଗ୍ଦା ଛକ ନିକଟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ସମସ୍ତ ଆହତଙ୍କୁ ଗୋପାଳପୁର ଏବଂ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । କେହି ମୃତାହତ ହେବାର ଖବର ହସ୍ତଗତ ହୋଇନଥିବା ସ୍ଥଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।