ବସ୍ ଓଲଟିଲା ପୋଲ ତଳକୁ ୨୯ ମୃତ ଅନେକ ଆହାତ
ନୂଆଦିଲ୍ଲୀ , ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସରେ ଆଜି ଏକ ଘରୋଇ ବସ ଦୂର୍ଘଟଣା ଗସ୍ତ ହୋଇଛି । ଦୁର୍ଘଟଣାରେ ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି । ଏହି ଘଟଣାକୁ ଶିଘ୍ର ସାହାର୍ଯ୍ୟ ଯୋଗାଇଦେବା ନିମନ୍ତେ ନିର୍ଦେଶ ଦେବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଘରୋଇ ବସଟି ଲକ୍ଷେ୍ନାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବେଳେ ଝରଣା ନାଳ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଶବ ଗୁଡିକୁ ବାହାର କରିଥିଲେ । ପ୍ରତି ମୃତକ ପରିବାରକୁ ରୋଡୱେଜ ପକ୍ଷରୁ ୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛ ିା


