ବସ୍ ଛାତରେ ବଗିଚା କଲେ ଡ୍ରାଇଭର

ଦିନକୁ ଦିନ ବିଶ୍ୱ ତାପମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି । ଗ୍ରୀଷ୍ମର ପ୍ରବାହ ଏତେ ବଢ଼ିଯାଇଛି ଯେ ଅନେକ ସହରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ େହୋଇପଡିଛି । ମାତ୍ର ସିଙ୍ଗାପୁରରେ ଲୋକେ ଗରମରୁ ରକ୍ଷାପାଇବା ପାଇଁ ଏବେ ଏଠାକାର ବସ୍ ଉପରେ ବଗିଚା କରାଯାଉଛି । ଜଣେ ଡ୍ରାଇଭର ପ୍ରଥମେ ଏମିତି ଅଭିନବ ଉପାୟ ଆପଣାଇ ଆସିଥିଲେ ଚର୍ଚ୍ଚାକୁ । ଏହା ପରେ ଏବେ ଅନ୍ୟ ବସ୍ଗୁଡିକରେ ମଧ୍ୟ ଏମିତି ବଗିଚା କରାଯାଇଥିବା ଦେଖାଯାଇଛି । ଏହା ଦ୍ୱାରା ବସ୍ ଭିତରର ତାପମାତ୍ରା ୪-୫ ଡିଗ୍ରୀ କମ୍ ହେଉଥିବା କୁହାଯାଉଛି । ଏହାସହ ତେଲ ଖର୍ଚ୍ଚ ମଧ୍ୟ ୧୫-୨୦ ପ୍ରତିଶତ କମ୍ ହୋଇଛି । କାରଣ ବସ୍ ଉପରେ ବଗିଚା କରିବା ଫଳରେ ଭିତରେ ଆଉ ଶୀତତାପ ନିୟନ୍ତ୍ରିତ ମେଶିନ୍ ଚଲାଇବାକୁ ପଡୁନି । ଏଥିପାଇଁ ଗୋଟିଏ ବସ୍ ପିଛା ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୪ଟି ବସ୍ରେ ଏଭଳି ବ୍ୟବସ୍ଥା କରାଯାଇଛି । ଯଦି ଏହା ସଫଳ ହେବ ତେବେ ଆହୁରି ପାଖାପାଖି ୪ ଶହ ବସ୍ରେ ଏଭଳି ବଗିଚା କରାଯିବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ