ବସ୍ ଟର୍ମିନାଲ ପରିସରରେ ପାନୀୟ ଜଳର ଅଭାବ, ଯାତ୍ରୀ ହନ୍ତସନ୍ତ 

ଜଳ ହିଁ ଜୀବନ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ବସ୍ ଟର୍ମିନାଲ ପରିସରରେ ୱାଟକୋ ତରଫରୁ ଜନସ୍ୱାସ୍ଥ୍ୟ ବିଭାଗ ଓ ପୈାର ପ୍ରଶାସନର ମିଳିତ ଉଦ୍ୟମରେ ମାର୍କେଟ କମ୍ପ୍ଲେକ୍ସ ପରିସରରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ହିଁ ଜୀବନ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଫଳରେ ପ୍ରତ୍ୟହ ହିଞ୍ଜିଳିକାଟୁ ସହରକୁ ବାଣିଜ୍ୟ କାରବାର କରିବାକୁ ଆସୁଥିବା ଯାତ୍ରୀ ଓ ନିକଟସ୍ଥ ଅଞ୍ଚଳବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ସହର ଦେଇ ପ୍ରତ୍ୟହ ୨୦୦ରୁ ଉର୍ଦ୍ଧ୍ଵ ଵସ, ଅଟୋ, କାର୍ ସମେତ ବହୁ ଯାନବାହାନ ଚଳାଚଳ କରିବା ସହ ବସ୍ ଟର୍ମିନାଲ ନିକଟରେ ସ୍ଥାପିତ ପାନୀୟ ଜଳ ପ୍ରକଳ୍ପ ଉପରେ ସହସ୍ରାଧିକ ଲୋକେ ନିର୍ଭରଶୀଳ ହୋଇଥାନ୍ତି। ବ୍ରହ୍ମପୁର , ଭଞ୍ଜନଗର, ଆସିକା, ଫୁଲବାଣୀ , ସୋରଡା, ସମ୍ବଲପୁର, ଭବାନିପାଟଣା, ଶେରଗଡ଼,କଙ୍କୋରଡା, ପାଟପୁର ସମେତ ଅଞ୍ଚଳର ଲୋକେ ଏହି ବଜାର ଓ ବସ୍‌ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। ଦୈନିକ ବହୁ ସଂଖ୍ୟକ ଯାତ୍ରୀ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ରେ ଯାଇଥାନ୍ତି। ଏହାକୁ ନଜରରେ ରଖି ଗତ ବର୍ଷ ୱାଟକୋ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଫଳରେ ତୃଷାର୍ତ୍ତ ମାନଙ୍କୁ ଟୋପାଏ ପାନୀୟ ଜଳ ମିଳିପାରୁନାହିଁ। ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୈାର ପ୍ରଶାସନ ପକ୍ଷରୁ ଏହାର ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଅଚଳ ପଡ଼ିଥିବା ପ୍ରକଳ୍ପ ବିଷୟରେ ଜାଣିନଥିବା କହିଛନ୍ତି ଖୁବ ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ମାଁକନକଦୁର୍ଗା ବୁଲାବିକାଳି ସଂଘ ସଭାପତି ବିଶ୍ବମ୍ବର ସାହୁ, ସମ୍ପାଦକ ହରିହର ସାହୁ ଓ କୋଷାଧ୍ୟକ୍ଷ ନିଳାଞ୍ଚଳ ବେହେରା କହିଛନ୍ତି, ଅନେକ ଦିନ ହେଲା ଏହି ପାନୀୟ ଜଳ ପ୍ରକଳ୍ପ ଅଚଳ ପଡ଼ିଥିବାରୁ ବଜାରବାସୀ ହଇରାଣ ହେଉଛନ୍ତି। ମୁନିସୀପାଲଟି କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାସ ଙ୍କ ସହ ଯୋଗାଯୋଗ କରିବାରୁ ଡ୍ରିଙ୍କ ଫ୍ରମ ଟେପ ମିଶନରେ ୨୪ଘଣ୍ଟିଆ ଜଳ ଯୋଗଣ ନିମନ୍ତେ ନୁଆ ପାଇପ ଲାଇନ୍ ସହ ସଂଯୋଗ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ