ବସ୍ ଦୁର୍ଘଟଣାରେ ୬ମୃତ
ମୁମ୍ବାଇ(ଏଜେନ୍ସି): ମହାରାଷ୍ଟ୍ରର ପାଲଘରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୬ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୪୫ଜଣ ଗୁରୁତର ହୋଇଛନ୍ତି । ଜିଲ୍ଳାରେ ଥିବା ତ୍ରୟମ୍ବେକେଶ୍ୱର ମନ୍ଦିର ନିକଟରେ ଘଟିଥିବା ଏହି ବସ୍ ଦୁର୍ଘଟଣାରେ ମୃତାହତଙ୍କ ମଧ୍ୟରେ ୨ମହିଳା ଓ ଜଣେ ଶିଶୁ ଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରବିବାର ଅପରାହ୍ନରେ ୬ଠରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ଟି ମନ୍ଦିର ଅଭିମୁଖେ ଆସୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଘଟଣାସ୍ଥଳରେ ୪ଜଣଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ହସ୍ପିଟାଲରେ ଆଉ ୨ଜଣ ଆଖିବୁଜିଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିବା ଜଣାପଡିଛି ।


