ବସ୍ ଦୂର୍ଘଟଣାରେ ଜଣେ ଗୁରୁତର ୩୫ ଯାତ୍ରୀ ଉଦ୍ଧାର ,ଡ୍ରାଇଭର ଅଟକ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ସହର ନିକଟ ଚଢ଼ିଆ ପଲୀ ବୋଡା ନଦୀରେ ନୁଆସେତୁ କାର୍ଯ୍ୟ ତ୍ୱରାନ୍ୱିତ ହେଉନଥିବା ବେଳେ ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡାଇଭର୍ସନରେ ଲୋକ ମନେ ଯାତାୟତ କରୁଛନ୍ତି ।କିନ୍ତୁ ଭାରିଯାନ ଏବଂ ଯାତ୍ରୀବାହି ବସ୍ ଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।ଗତ ବର୍ଷାରେ ଡାଇଭର୍ସନ ଟି ଭାସିଯାଇଥିଲା ଏବଂ ବର୍ଷା କମିବାରୁ ବାଇକ ଆରୋହୀ ଓ ସାଇକେଲ ଆରୋହୀଙ୍କ ପାଇଁ ଅସ୍ଥାୟୀ ଡାଇଭର୍ସନଟିରେ ମାଟି ପକାଇ ମରାମତି କରାଯାଇଥିଲା । କିନ୍ତୁ ଭାରିଯାନ ଯିବା ପାଇଁ ନିରାପଦ ନଥିଲା ।କିନ୍ତୁ କିଛି ବସ୍ ଓ ଭାରିଯାନ ପ୍ରଶାସନର ବାରଣ ସତ୍ତ୍ୱେ ଯିବା ଆସିବା କରିବା ଦେଖିବାକୁ ମିଳିଥିଲା ।ଆଜି ଅପରାହ୍ନ ୩.୧୦ ସମୟରେ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଭଞ୍ଜନଗରରୁ ବୁଗୁଡା ଯାଉଥିବା ଘରୋଇ ବସ୍ ମା ତାରିଣୀ ଯାହାର ନମ୍ବର ଓଆର୍୦୭ଆର୍୮୧୯୨ ବୋଡା ନଦୀ ଡାଇଭର୍ସନ ପାର ହେଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ଉଠି ନପାରି ପଛକୁ ଖସିପଡିଥିଲା ।ପଛରେ ଯାଉଥିବା ତିନୋଟି ମଟର ସାଇକେଲ ଆଡ଼କୁ ଖସିଆସୁଥିବା ବେଳେ ବାଇକ୍ ଆରୋହୀ ମାନେ ପ୍ରାଣ ବିକଳରେ ବାଇକ ଛାଡି ଡେଇଁ ନିଜ ଜୀବନ ବଞ୍ଚାଇ ଥିଲେ ।କିନ୍ତୁ ତରବରରେ ବସ୍ ରୁ ଜଣେ ଯାତ୍ରୀ ମଙ୍ଗଳପୁର ନିକଟର କୁରୁଳାଇ ଗ୍ରାମର ନାଲୁ ସ୍ୱାଇଁ(୫୨)ଡେଇଁ ପଡିବା ବେଳେ ଗାଡି ଚାପି ହୋଇ ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ବେଲଗୁଣ୍ଠା ଫାଣ୍ଡିକୁ ଖବର ଦେଇଥିଲେ ।ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ଭଞ୍ଜନଗର ଥାନା ସେକେଣ୍ଡ ଅଫିସର ନିରଞ୍ଜନ ଦାସ ସଦଳେବଳେ ଘଟଣା ସ୍ଥଳରେ ଫହଞ୍ଚି ଗୁରୁତର ଆହତ ନାଲୁ ସ୍ୱାଇଁ ଙ୍କୁ ଉଦ୍ଧାର କରି ପୋଲିସ ଭ୍ୟାନ୍ ରେ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ ।ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି ।ବସ୍ ଟି ଡାଇଭର୍ସନ ଉପରେ ଫସି ରହିଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି । ବସ୍ ଚକା ତଳେ ଗିରିସୋଲାର ନାରାୟଣ ସ୍ୱାଇଁ ଙ୍କ ପେସନ୍ ପ୍ରୋ ବାଇକ୍,ବୋରିପଦରର ବତ୍ସ ଗୌଡ ଙ୍କ ସ୍ଲେଣ୍ଡର ବାଇକ୍,ବୁଗୁଡା ଆଦିପୁରର ସୁବ୍ରତ ଜେନାଙ୍କ ଟିଭିଏସ୍ ଏକ୍ସଏଲ୍ ଲୁନା ତିନୋଟି ଗାଡି ୩ ଘଣ୍ଟା ପରେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର।କରାଯାଇଥିଲା ।