ବସ୍ ଧକ୍କା ରେ ସାଇକେଲ ଆରୋହୀ ଗୁରୁତର 

ଛତ୍ରପୁର,(ଦେବଦତ୍ତ ମହାରଣା): ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗାଁ ନିକଟ ଜାତୀୟ ରାଜପଥରେ ବସ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ଚମାଖଣ୍ଡି ଗାଁର ଏସ୍ ସିମାଦ୍ରୀ ରେଡ୍ଡି ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଶନିବାର ପୂର୍ବାହ୍ନ ରେ( ଟିଏନ୩୭ ସିଏକ୍ସ ୦୫୫୪) ନମ୍ବର ଏକ ବସ୍ ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଚମାଖଣ୍ଡି ଗାଁର ଏସ୍ ସିମାଦ୍ରି ରେଡ୍ଡି ନିଜ ବିଲରୁ ଗାଁକୁ ସାଇକେଲ ଯୋଗେ ଯାଉଥିବା ବେଳେ ଜାତୀୟ ର ।ଜପଥ ପାଶ୍ୱର୍ ପରିବର୍ତ୍ତନ ସମୟରେ ବସ ଟି ଧକ୍କା ଦେଇଥିଲା । ଯାହା ଫଳରେ ସିମାଦ୍ରିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ତଳରେ ସେ ରକ୍ତାକ୍ତ ଅବସ୍ଥାରେ ପଡିଯାଇଥିଲେ । ଏହାର ଖବର ପାଇ ଚମାଖଣ୍ଡି ଗ୍ରାମର ଯୁବ କଂଗ୍ରେସ ନେତା ସିଏଚ୍ ବିକ୍ରମ ରେଡ୍ଡି,ଏନ୍ ରାମା ରାଓ,ସି ଏଚ୍ କାନାକା ରେଡ୍ଡି,ଏନ୍ ଲିଙ୍ଗା ରେଡ୍ଡି ଘଟଣାସ୍ଥଳରେ ପହଂଚି ଗୁରୁତର ସିମାଦ୍ରିଙ୍କୁ ଚମାଖଣ୍ଡି ପୋଲିସ୍ ଗାଡି ଦ୍ୱାରା ପୋଲିସ୍ କର୍ମଚାରି ମାନଙ୍କ ସାହାର୍ଯ୍ୟରେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ପଠାଯାଇଥିଲା । ବର୍ତ୍ତମାନ ସେ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି , ପୋଲିସ୍ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ