ବସ ଓଲିଟି ଜଣେ ମୃତ ୧୫ରୁ ଉର୍ଦ୍ଧ ଆହତ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଦେଇ ଯାଇଥିବା ଜାତୀୟ ରାଜପଥର ତାରା ଗାଁ ଛକ ନିକଟରେ ବସ ଓଲଟି ଜଣକ ର ମୃତ୍ୟୁ ହୋଇଛି। ଦୁର୍ଘଟଣା ରେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଏସବିଟି ନାମକ ଏକ ଘରୋଇ ବସ ରାଇଘର ରୁ ଜୟପୁର ଅଭିମୁଖେ ଯାଉଥିବାବେଳେ ତାରାଗାଁ ଛକ ନିକଟରେ ସକାଳ ସାଢେ ଆଠଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଘଟଣା ସ୍ଥଳରେ ବସ ତଳେ ଚାପି ହୋଇ ଡାବୁ ଗାଁର ଗୋବିନ୍ଦ ତ୍ରିପାଠୀ ନାମକ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ବସ ରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ବସରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ଥିଲେ ଏବଂ ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ଜିଲ୍ଲା ମେଡିକାଲକୁ ପଠାଯାଇଥିଲା । ତିନିଜଣ ଯାତ୍ରୀଙ୍କୁ ଅଧିକ ମାଡ଼ ବାଜିଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇ ମେଡିକାଲ ରୁ ଫେରିଯାଇଛନ୍ତି । ଲୋକଙ୍କ କହିବା ଅନୁସାରେ ବସ ର ପଛ ଟାୟାର ଫାଟି ଯିବାରୁ ବସଟି ଭାରସାମ୍ୟ ହରାଇଥିଲା ଏବଂ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣା ର ପ୍ରକୃତ କାରଣ ଖୋଜୁଛି ପୋଲିସ ।