ବସ ଦୁର୍ଘଟଣାଗ୍ରସ୍ତ : ୭ଆହତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର କହରାପୋଖରୀ ଛକ ନିକଟରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ୭ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଓଡ଼ି ୧୧ଡି୧୯୧୫ ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ବାରିପଦା ଯାଉଥିଲା । ଦିନ ପ୍ରାୟ ୧୧ଟା ବେଳେ ଆରଡ଼ି ୧୪ ଜିଜେ ୧୫୫୪ ପିଚ ବୋଝେଇ ଟ୍ରକଟି ଠିଆ ହୋଇଥିବା ବେଳେ ବସଟି ସିଧାସଳଖ ଏହାର ପଛକୁ ଧକ୍କା ଦେଇଥିଲା । ବସ ଚାଳକଙ୍କ ଦ୍ରୁତ ଗତି ଓ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୭ଜଣ ଆହତ ବସ ଯାତ୍ରୀଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଛନ୍ତି । ପୋଲିସ ବସ ଡ୍ରାଇଭରକୁ ଅଟକ ରଖିବା ସହ ଗାଡି ଦୁଇଟିକୁ ଜବତ କରି ଦୁର୍ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି ।


