ବସ ଦୁର୍ଘଟଣାରେ ଯୁବକ ମୃତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ପୁରୀପଡା ବାଇପାସ ଠାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଓଡି୨୨ଇ୪୦୩୯ବିଶିଷ୍ଟ ଏକ ମୋଟରସାଇକେଲରେ ବାସୁଦେବପୁର ଅଞ୍ଚଳର ଜନୈକ ଯୁବକ ଆସୁଥିବାବେଳେ ବାଲିଆପାଳ ଯାଉଥିବା ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇଗୋଟି ଗାଡିକୁ ଜବତ କରି ୩୨୦/୨୧ରେ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।