ବସ ଧକାରେ ବାଇକ ଆରୋହି ମୃ୍ତ
ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ବାଉଁଶଲୁଣ୍ଡି ଠାରେ ଘରୋଇ ବସ୍ ଧକ୍କା ରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି ।। ମୃତକ ଙ୍କ ନାମ ସାମସୁଲ୍ ମଣ୍ଡଲ୍(୫୦) ହୋଇଥିବା ବେଳେ ସେ କୋଲକାତ ର ମୂର୍ଷଦାବାଦ୍ ଜିଲ୍ଲା ବଥୁନ୍ବାଦ୍ ଗ୍ରାମ ର ବାସିନ୍ଦା ବୋଲି ଜଣାପଡିଛି । ସେ ମା ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍(ଓଙ୍ଗି ଜିରୋ ୭ୟୁ ୮୬୮୬) ବ୍ରହ୍ମପୁର ଠାରୁ ଭଞ୍ଜନଗର ଯିବା ବେଳେ ବାଉଁଶଲୁଣ୍ଡି ଠାରେ ସାମସୁଲ୍ ନିଜ ଟିଭିଏସ (ଓଆର ୨୦୯୭୫୧) ଗାଡ଼ି ରେ ଯିବା ସମୟ ରେ ଧକ୍କା ଦେଇଥିଲା ଘଟଣା ସ୍ଥଳ ରେ ହି ତାଙ୍କର ମୃତ୍ୟୁ ଘଟିଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି ।